Crime
ହଜିଗଲା ମାନବିକତା: ରାସ୍ତାରେ ଫିଙ୍ଗି ଦେଲେ ନବଜାତ ଶିଶୁକୁ, ଝୁଣି ଖାଇଲା କୁକୁର
କେନ୍ଦୁଝର: ଦୁନିଆ ଯେତେ ଆଗକୁ ଆଗକୁ ବଢ଼ୁଛି, ମଣିଷର ମଣିଷତ୍ୱ ସେତିକି ତଳକୁ ତଳକୁ ଖସୁଛି । ଜନ୍ମକଲା ନବଜାତ ଶିଶୁକୁ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଛନ୍ତି ବାପା ମା, ଆଉ ସେହି କଅଁଳ କୋମଳମତି ଶିଶୁକୁ ଶେଷରେ କୁକୁର ଝୁଣି ଖାଇଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସହର ଗୋବିନ୍ଦମୁଣ୍ଡା ଛକ ନିକଟରେ ।
ଆଜି ସକାଳେ ଗୋବିନ୍ଦମୁଣ୍ଡା ଛକ ନିକଟସ୍ତ ରାସ୍ତା କଡ଼ରେ ଏକ ନବଜାତ ଶିଶୁକୁ କୁକୁର ଝୁଣି ଖାଉଥିବାର ସ୍ଥାନ ଲୋକେ ଦେଖିଥିଲେ । ଏହା ପରେ କୁକୁରକୁ ସେଠାରୁ ଘଉଡ଼ାଇ ଶିଶୁଟିକୁ ଘୋଡ଼ାଇ ଦେଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତ ନବଜାତ ଶିଶୁଟିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
ଶିଶୁଟିକୁ କିଏ ଏବଂ କାହିଁକି ଫିଙ୍ଗିଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ । ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ।