🔥 TRENDING जिला प्रभारी डॉ. सत्येन्द्र सिन्हा ने... માંગરોળમાં કિસાન સન્માન નિધિના 24મો હપ... केंद्रीय कृषि मंत्री शिवराज सिंह चौहान... અમદાવાદમાં 570 કરોડના ખર્ચે 175 મીટર ઊ... वाराणसी में समाजवादी व्यापार सभा का 18... Cabinet Clears ₹40,000‑crore for Eight...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ମହିଳା କନଷ୍ଟେବଳଙ୍କ ସ୍ୱାମୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ: ୩ ନାବାଳକ ସମେତ ୯ ଗିରଫ, ସମସ୍ତେ ଏରାଗୋଳା ଗ୍ୟାଙ୍ଗର ସଦସ୍ୟ

✍️ Reporter: Deepak Mahapatra 🗓 30 Oct 2026, 03:33 PM 👁 19
Share: 💬 WhatsApp 📘 Facebook 𝕏 Post
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ମହିଳା କନଷ୍ଟେବଳଙ୍କ ସ୍ୱାମୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ଲୁଟ୍ ପାଇଁ ସେମାନେ ଏହି ହତ୍ୟା କରିଥିବା କହିଛନ୍ତି କେନ୍ଦୁଝର ଏସ୍‌ପି ନୀତୀନ କୁଶଲକର।
ଏହି ଘଟଣାର ତଦନ୍ତ ସମ୍ବନ୍ଧୀୟ ସବିଶେଷ ସୂଚନା ପରେ ଦିଆଯିବ ବୋଲି ଏସ୍‌ପି କହିଛନ୍ତି। ଏହା ସହିତ କହିଛନ୍ତି ଯେ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଏରାଗୋଳା ଗ୍ୟାଙ୍ଗର ସଦସ୍ୟ। ଏହି ଗ୍ୟାଙ୍ଗ ସାଧାରଣତଃ ସୁନା ଚେନ୍ ଛିନତାଇ ଓ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥାଏ। ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲା କେଳର ବାସିନ୍ଦା।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ୍ ଆଜି ୬ ଜଣଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି। ସିନ୍ ରିକ୍ରିଏସନ୍ ବେଳେ ସେଠାରେ ଉପସ୍ଥିତ ମୃତକଙ୍କ ମା’ ଓ ପରିବାର ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ।
ମୃତକଙ୍କ ନାଁ ତ୍ରିଲୋଚନ ମହନ୍ତ। ତାଙ୍କ ପତ୍ନୀ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କନଷ୍ଟେବଳ ଭାବେ ନିଯୁକ୍ତ ହୋଇଛନ୍ତି। ତ୍ରିଲୋଚନ କେନ୍ଦେଇପଶିରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ପ୍ରତିଦିନ ରାତିରେ ଦୋକାନ ବନ୍ଦ କରି ଟଙ୍କାପଇସା ଧରି ସେ ପାଟଣାସ୍ଥିତ ତାଙ୍କ ବାସଭବନକୁ ଫେରୁଥିଲେ। ସେପ୍ଟେମ୍ବର ୨୮ ତାରିଖ ରାତିରେ ମଧ୍ୟ ସେ ଦୋକାନ ବନ୍ଦ କରି ଟଙ୍କାପଇସା ଧରି ସ୍କୁଟିରେ ପାଟଣା ସ୍ଥିତ ଘରକୁ ଫେରୁଥିବା ବେଳେ ଲୁଟ୍‌ ଉଦ୍ଦେଶ୍ୟରେ ତାଙ୍କୁ କରାଯାଇଥିଲା ଆକ୍ରମଣ। ଅଭିଯୁକ୍ତମାନେ ତାଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପାରିପାର୍ଶ୍ୱକ ସ୍ଥିତିକୁ ଦେଖି ଲୁଟ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରିଥିଲା। ସେହି ଅନୁସାରେ ତଦନ୍ତ ଆଗେଇ ଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଥିଲା। ଶେଷରେ ପୁଲିସ ଅଭିଯୁକ୍ତମାନଙ୍କଚ ଧରିବାରେ ସଫଳ ହୋଇଛି।
📲Get App