🔥 TRENDING રાજકોટ ગ્રામ્ય જિલ્લાના આટકોટ પોલીસ સ્... পাকিস্তানের প্রতি কংগ্রেসের অবস্থান নি... हंसराज सैनी ने ग्राम पंचायत हांसपुर मे... हमीरपुर में इंसाफ की गुहार! पति एक साल... 32 Arrested in Assam’s Statewide Crack... public prosecutor was ambushed and ass...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ ୩ ଅଧ୍ୟାପକ, ଅଧ୍ୟାପିକା ନିଲମ୍ବିତ

✍️ Reporter: Deepak Mahapatra 🗓 29 Oct 2026, 01:20 PM 👁 16
Share: 💬 WhatsApp 📘 Facebook 𝕏 Post
ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ କାର୍ଯ୍ୟରତ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ନିଲମ୍ୱନ କରାଯାଇଛି । ସେମାନେ ହେଉଛନ୍ତି ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା ।
ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଏକ ବୈଠକରେ ଏବଂ ତା’ ପରବର୍ତ୍ତୀ ସମୟରେ ଏହି ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଜ ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ, ଅଧ୍ୟାପନା ଭଳି ଏକ ମର୍ଯ୍ୟାଦାଜନକ ବୃତ୍ତିରେ ଥାଇ ମଧ୍ୟ ବୈଠକରେ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ମର୍ଯ୍ୟାଦାବିହୀନ କାର୍ଯ୍ୟରେ ଜଡ଼ିତ ହେବା ଦ୍ୱାରା ସେମାନେ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିବା ସହିତ ସମଗ୍ର ଅନୁଷ୍ଠାନର ଶୈକ୍ଷିକ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ତିନି ଜଣ ଅଧ୍ୟାପକଙ୍କୁ ନିଲମ୍ୱିତ କରିବା ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ରଗଡ଼ି ପଲିଟେକନିକ୍‌ରେ ଇଲେକ୍ଟ୍ରିକାଲ୍‌ ବିଭାଗର ମୁଖ୍ୟ ନୃସିଂହ ଚରଣ ବେହେରା ଏବଂ ସେହି ବିଭାଗର ଅଧ୍ୟାପକ ସନ୍ଦୀପ ମହାପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ ବଚସା ଓ ପରେ ମାରପିଟ ହୋଇଥିଲା। ଏହି ବିବାଦ ମଧ୍ୟରେ ଅଧ୍ୟାପକ ସନ୍ଦୀପ ମହାପାତ୍ରଙ୍କ ପତ୍ନୀ ତଥା କଲେଜର ମେଟାଲୋଜି ବିଭାଗର ଅଧ୍ୟାପିକା ପି. ଆରାଧନା ଏଣ୍ଟ୍ରି କରିଥିଲେ। ସେ କଲେଜର କିଛି ଛାତ୍ରଛାତ୍ରୀଙ୍କୁ ଏକାଠି କରି ଛାତ୍ରାବାସ ଶୌଚାଳୟରୁ ମଇଳା ପାଣି ଆଣି ଅଧ୍ୟାପକ ନୃସିଂହ ଚରଣ ବେହେରାଙ୍କ ଉପରେ ଢାଳିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଥିଲା। ଏହାକୁ ନେଇ ଉଭୟ ପକ୍ଷ କୋରେଇ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।
ଘଟଣାକୁ ଗୁରୁତ୍ୱର ସହ ନେଇ ଯାନ୍ତ୍ରିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ କରାଯାଇଥିଲା । ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଯୁଗ୍ମ ନିର୍ଦ୍ଦେଶକ ଡ. ରଜତ ପାଣିଗ୍ରାହୀ ଓ ବି. ବି. ମହାନ୍ତି ରଗଡ଼ି ପଲିଟେକନିକ୍‌ରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଏହି ତିନି ଅଧ୍ୟାପିକ ଓ ଅଧ୍ୟାପିକାଙ୍କୁ ନିଲମ୍ବନ କରାଯାଇଛି।
📲Get App