🔥 TRENDING ककराली जाट नाइट क्रिकेट टूर्नामेंट में... Fact Check: Kazakhstan Military Drill... J&K Public Works Department Promotes T... Two Arrested in J&K for Using Mule Acc... LG Manoj Sinha calls Jammu & Kashmir y... Large Religious Gathering Held at Dera...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଅର୍ଣ୍ଣବ ପ୍ରଭାବ: ଭୁବନେଶ୍ୱରରେ ଭୁଶୁଡ଼ି ପଡ଼ିଲା ୮୦ ଫୁଟ୍ ଉଚ୍ଚର ଲକ୍ଷ୍ମୀପୂଜା ମଣ୍ଡପ

✍️ Reporter: Deepak Mahapatra 🗓 29 Oct 2026, 01:12 PM 👁 17
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ କରିସାରିଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। ଏହି ବାତ୍ୟାରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ପ୍ରଭାବିତ ହୋଇଛି। ଗତକାଲିଠାରୁ ଏଠାରେ ତୁହାକୁ ତୁହା ବର୍ଷା ହେଉଛି। କେତେବେଳେ ଜୋରରେ ବର୍ଷା ହେଉଛି ତ ଆଉ କେତେବେଳେ ଝିପିଝିପି ବର୍ଷା ହେଉଛି। ରାଜଧାନୀରେ ସ୍ଥିତି ଏଭଳି ରହିଥିବା ବେଳେ ଡମଣା ନିକଟସ୍ଥ କ୍ଲବ ଟାଉନ୍ ପଡ଼ିଆରେ ଦେଖିବାକୁ ମିଳିଛି ‘ଅର୍ଣ୍ଣବ’ ଜନିତ ପବନର ତାଣ୍ଡବ।ଏଠାରେ ଏକ ସୁଉଚ୍ଚ ଲକ୍ଷ୍ମୀପୂଜା ମଣ୍ଡପ ଭୁଶୁଡ଼ି ପଡ଼ିଛି।
ଉତ୍ତର ଭୁବନେଶ୍ୱର ଯୁବକ ସଙ୍ଘ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଏଠାରେ ଆୟୋଜିତ ହୋଇଥିଲା ଲକ୍ଷ୍ମୀପୂଜା। ଏଠାରେ ତିଆରି ହୋଇଥିଲା ୮୦ ଫୁଟ୍ ବିଶିଷ୍ଟ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ। ତେବେ ଆଜି ଦିନ ପ୍ରାୟ ୧୨ଟା ବେଳେ ହୋଇଥିବା ପବନରେ ଏହି ମଣ୍ଡପ ଭୂଶୁଡ଼ି ପଡ଼ିଥିଲା। ଫଳରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ନଷ୍ଟ ହୋଇଯାଇଛି।
ମାଆଙ୍କ ଷୋଡ଼ଶ ଉପଚାର ନୀତି ହେଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସେହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ପବନରେ ପ୍ରଥମେ ଲାଇଟ ଗେଟ ପଡ଼ିଯାଇଥିଲା।। ଲାଇଟ୍‌ ଗେଟ୍‌ ପଡ଼ିବା ପରେ ପୂଜାରୀ ଓ କମିଟିର କର୍ମକର୍ତ୍ତାମାନେ ପୂଜା ମଣ୍ଡପରୁ ବାହାରି ଯାଇଥିଲେ। ଆଉ ଦେଖୁ ଦେଖୁ ପୂରା ମଣ୍ଡପ ଭୁଶୁଡ଼ି ପଡ଼ିଥିଲା। ଏଥିରେ କେହି ଆହତ ହୋଇନାହାନ୍ତି।
ସେହିପରି ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡା ଛକ ଓ ପୁଲିସ ଷ୍ଟେସନ ନିକଟରେ ହେଉଥିବା ଗଜଲକ୍ଷ୍ମୀ ପୂଜାର ବାଉଁଶ ଗେଟ୍‌ ଭୁଶୁଡ଼ି ପଡ଼ିଛି। ଏକ ଅଟୋ, ଏକ କାର ଓ ଏକ ବୋଲେରୋ ଏହା ତଳେ ଚାପି ହୋଇଯାଇଥିଲେ। ଗେଟ୍ ଭୁଶୁଡ଼ିବା ପରେ ଏହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା। ଅର୍ଣ୍ଣବ ଲ୍ୟାଣ୍ଡଫଲ କରି ଦୁର୍ବଳ ହୋଇଯାଇଥିଲେ ହେଁ ଏହା ଆଜି ମାଲକାନଗିରି ଅତିକ୍ରମ କରି ଛତିଶଗଡ଼ ଅଭିମୁଖେ ଗତି କରିବାକୁ ଥିବାରୁ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
📲Get App