शिक्षा
ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୯.୨୩ କୋଟି ଫେରାଇଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘ଜ୍ଞାନୋଦୟ: ଶିକ୍ଷା ରୁ ସମୃଦ୍ଧି’ ଯୋଜନା ଅଧୀନରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ‘ଜ୍ଞାନୋଦୟ: ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ) ଯୋଜନା' ଲାଗୁହେବା ପରେ ସ୍ନାତକ ପାଠ୍ୟକ୍ରମ ଆଡମିଶନ (ଫେଜ୍-୧) ପ୍ରକ୍ରିୟା ସରିଛି । ଆଡମିଶନ ବେଳେ ନାମଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ୍ ଶୁଳ୍କ ଫେରସ୍ତ କରାଯାଇଛି । ମୋଟ ୧ ଲକ୍ଷ ୧୧ ହଜାର ୬୭୮ ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୯.୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଆବେଦନକାରୀମାନଙ୍କୁ ସର୍ବଶେଷ ଅପଡେଟ୍ ପାଇଁ ଏବଂ ସେମାନଙ୍କର ବ୍ୟାଙ୍କ ବିବରଣୀ ସଠିକ୍ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ https://samsodisha.gov.in ରେ SAMS ଓଡ଼ିଶା ପୋର୍ଟାଲ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି।