🔥 ट्रेंडिंग बिलासपुर में छठ महापर्व 2026 के लिए नई... తుఫాను గాలుల వల్ల తణుకు రైల్వే స్టేషన్... 21 ਨਵੰਬਰ ਨੂੰ ਹੋਣਗੀਆਂ ਪੰਚਾਇਤ ਤੇ ਨਗਰ ਨਿਗ... తుఫాను గాలుల వల్ల తణుకు రైల్వే స్టేషన్... पेंड्रा निवासी की दो मंजिला छत से गिरन... CID के निर्माता बी. पी. सिंह का 77 वर्...
28 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଓଡ଼ିଶାର ୫ ଜିଲ୍ଲାରେ ଫ୍ଲାସ ଫ୍ଲଡ ଆଶଙ୍କା

✍️ रिपोर्टर: Deepak Mahapatra 🗓 28 अक्टू. 2026, 01:25 PM 👁 22
शेयर करें: 💬 WhatsApp 📘 Facebook 𝕏 Post
ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ପାଖରେ ଅତି ଭୀଷଣ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ବାତ୍ୟା ଅର୍ଣ୍ଣବର ପ୍ରଭାବ ଓଡ଼ିଶାରେ ଗତକାଲି ଠାରୁ ଆରମ୍ଭ ହୋଇସାରିଛି। ତେବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ ପରେ ଯେତେବେଳେ ଅର୍ଣ୍ଣବ ଛତିଶଗଡ଼ ଆଡ଼କୁ ଅଗ୍ରସର ହେବ ସେତେବେଳେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗିରହିବ। ସେଥିପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ବାତ୍ୟା ଛତିଶଗଡ଼ ଆଡ଼କୁ ମୁହାଁଇବା ବେଳେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଓ ଗଜପତିରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିମି ରହିପାରେ। ଝଟକା ପବନର ବେଗ ଘଣ୍ଟାପ୍ରତି ୮୦ କିମି ରହିପାରେ।
ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆକସ୍ମିକ ବନ୍ୟା (ଫ୍ଲାସ ଫ୍ଲଡ) ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। ଉତ୍ତର ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିବ ବୋଲି ସେ କହିଛନ୍ତି।
ଅର୍ଣ୍ଣବର ପ୍ରଭାବରେ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ଗଞ୍ଜାମର ଗୋପାଳପୁରରେ ସର୍ବାଧିକ ୯୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପୁରୀରେ ୬୭ମିମି ଓ ଭୁବନେଶ୍ୱରରେ ୩୮ ମିମି ବର୍ଷା ରେକର୍ଡ କରାଯାଇଛି।
📲Get App