ଶିରିଡି ଧାମରେ ଗୁଣୁପୁର ବୃତ୍ୟଶ୍ରୀ କଳାକେନ୍ଦ୍ର ନୃତ୍ୟଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ
ଗୁଣୁପୁର:ମହାରାଷ୍ଟ୍ର ଶିରିଡି ଧାମରେ ତିନିଦିନ ଧରି ପାଳିତ ସାଇ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବରେ ଓଡ଼ିଶାର ଏକମାତ୍ର ନୃତ୍ୟଦଳ ଭାବେ ରାୟଗଡ଼ା ଜିଲ୍ଲା ଗୁଣୁପୁର ନୃତ୍ୟାଶ୍ରୀ କଳାକେନ୍ଦ୍ର ର କୁନି କୁନି ଓଡିଶୀ ନୃତ୍ୟଶିଳ୍ପୀ ମନେ ଗୁରୁ ଡକ୍ଟର ରୀନା ରାଣୀ ସାହୁ ଙ୍କ ତତ୍ତ୍ଵାବଧାନରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଗୁରୁମାନଙ୍କ ଉଚ୍ଚ ପ୍ରଶଂସିତ ହୋଇଥିଲେ।ଏହି ସାଂସ୍କୃତିକ କାର୍ଯକ୍ରମ ରେ ଭାରତ ର ବିଭିନ୍ନ ରାଜ୍ୟରୁ ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସାଂସ୍କୃତିକ ମହୋତ୍ସବ ରେ ଡକ୍ଟର ରୀନା ରାଣୀ ସାହୁ ଙ୍କ ନୃତ୍ୟଦଳ କୁ ଶ୍ରେଷ୍ଟ ପ୍ରଦର୍ଶନ ଭାବେ ଗୁରୁ ଏଵଂ କୁନି କୁନି ନୃତ୍ୟଶିଳ୍ପୀ ମାନଙ୍କୁ କୋଲକୋତା ର ଗୁରୁ ତଥା ସାଂସ୍କୃତିକ ନିର୍ଦ୍ଦେଶକଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା ।