ମାଲକାନଗିରିରେ ‘ଗଣତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ’ ଅଭିଯାନକୁ ନେଇ ବିଜେପିର କର୍ମଶାଳା
ମାଲକାନଗିରି, ୨୬ ଅକ୍ଟୋବର: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ରବିବାର ‘ଗଣତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ’ ଅଭିଯାନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୨ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ନିର୍ବାଚନ ଆୟୋଗ ଓ ବିଜେପି ସରକାରଙ୍କ ବିରୋଧରେ ପ୍ରତିବାଦ ଜାରି ରଖିଥିବାବେଳେ ଏହାର ଜବାବ ଦେବା ପାଇଁ ବିଜେପି ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଅଭିଯାନ ମାଧ୍ୟମରେ ବିରୋଧୀଙ୍କ ପକ୍ଷରୁ ପ୍ରଚାରିତ ମିଥ୍ୟା ଓ ଭ୍ରମାତ୍ମକ ସୂଚନାର ଜବାବ ଦିଆଯିବ ବୋଲି ଦଳୀୟ ନେତାମାନେ କହିଛନ୍ତି।
ଏହି ଅଭିଯାନ ଅନ୍ତର୍ଗତ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା, ଯୁବପିଢ଼ିଙ୍କୁ ନେଇ ଗଣତନ୍ତ୍ର ବନାମ ଭିଡ଼ତନ୍ତ୍ର ଆଲୋଚନା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା, ସୋସିଆଲ ମିଡିଆ ପ୍ରଚାର, ବିଶେଷାଙ୍କ ପତ୍ରିକା ଉନ୍ମୋଚନ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ଅନୁପ୍ରବେଶକାରୀଙ୍କୁ ହଟାଇବା ଓ ଗଣତନ୍ତ୍ରର ସୁରକ୍ଷା ସମ୍ପର୍କରେ ମଧ୍ୟ ଜନଜାଗରଣ ସୃଷ୍ଟି କରାଯିବ।
କର୍ମଶାଳାରେ ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡ଼ା ଅଭିଯାନର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶିକ୍ଷାବିତ୍ ପ୍ରକାଶ ପଟ୍ଟନାୟକ ଉପସ୍ଥିତ ରହି ବିଦେଶୀ ଶତ୍ରୁମାନେ ଦେଶରେ ସରକାର ଭାଙ୍ଗିବା ଓ ଅସ୍ଥିରତା ସୃଷ୍ଟି କରିବାକୁ କିପରି ଉଦ୍ୟମ କରୁଛନ୍ତି, ସେ ସମ୍ପର୍କରେ ନିଜର ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ସୁବାସ ପଡ଼ିଆମି, ଜିଲ୍ଲା ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ମହିଳା ସମ୍ପାଦିକା ସବିତା ମିଶ୍ର, ମହିଳା ମୋର୍ଚ୍ଚା ସଭାପତି ବେଣୀ କାର୍ତୁଲ, ମିଡିଆ ପ୍ରମୁଖ ବି. ଶ୍ରୀନିବାସ ପାତ୍ର, ସୋସିଆଲ ମିଡିଆ ପ୍ରମୁଖ ଦୀପକ ସାହା ଏବଂ ଆଇଟି ପ୍ରମୁଖ କିଶୋର ମଣ୍ଡଳଙ୍କ ସମେତ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।