🔥 TRENDING Cyclone Arnab Forces School Closures i... હિંમતનગર નજીક ભાડાના મકાનમાં ચાલતા કુટ... ಮದರಕಲ್ ಅಂಬಾಮಠದಲ್ಲಿ ಹುಣ್ಣಿಮೆ ವಿಶೇಷ ಅನುಭ... Fort Kochi Cafe Sees Surge in Visitors... R Ashoka Blames Karnataka Government f... Karnataka Releases Final 2026 Voter Li...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଚିନ୍ତାରେ ଶ୍ରଦ୍ଧାଳୁ, ବଢିପାରେ ଅବଢ଼ା ଦର!

✍️ Reporter: Deepak Mahapatra 🗓 24 Oct 2026, 02:53 PM 👁 38
Share: 💬 WhatsApp 📘 Facebook 𝕏 Post
ପୁରୀ : ଶ୍ରୀମନ୍ଦିରରେ ମହାପ୍ରସାଦ କିମ୍ବା ଅବଢ଼ା ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ସୁଆର ମହାସୁଆର ନିଯୋଗ ପକ୍ଷରୁ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ଅବଢ଼ା ଦର ବଢ଼ାଇବାକୁ ଦାବି କରାଯାଉଛି।
ନିକଟରେ ଡାଲି, ଚାଉଳ ଓ ପନିପରିବା ଦର ବଢ଼ିବା ସହ ଶ୍ରୀମନ୍ଦିର ଭୋଗରେ ଓମଫେଡ୍ ଘିଅ ବ୍ୟବହାର କରାଯାଉଥିବାରୁ ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ଅଧିକ ହେଉଛି। ତେଣୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଓମଫେଡ୍ ଘିଅ ଡିପୋ ପ୍ରତିଷ୍ଠା କରି ରିହାତି ଦରରେ ଘିଅ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି, ଯାହାଦ୍ବାରା ଅବଢ଼ା ଦର ନିୟନ୍ତ୍ରଣରେ ରହିପାରିବ।ମହାପ୍ରସାଦର ଦର ବୃଦ୍ଧି ପ୍ରସଙ୍ଗରେ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇଥିବା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କ ସୁବିଧା ପାଇଁ ଏବଂ କାର୍ତ୍ତିକ ମାସ ଭଳି ସ୍ୱତନ୍ତ୍ର ସମୟରେ କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଚଢ଼ା ଦରରେ ଅବଢ଼ା ବିକ୍ରି ରୋକିବା ପାଇଁ ଆନନ୍ଦ ବଜାରରେ ଏକ ନିର୍ଦ୍ଧାରିତ ରେଟ୍ ଚାର୍ଟ ଲାଗୁ କରିବାକୁ ପ୍ରକ୍ରିୟା ଚଳାଇଛନ୍ତି ।
📲Get App