🔥 TRENDING Doraemon: Castle of the Undersea Devil... RIGHT TO VOTE સંવિધાનના અનુચ્છેદ 326... नमस्कार! PM श्री डॉ. वाई.एस. परमार गवर... Tamil Nadu CM Stalin Urges Actor Vijay... Tamil Nadu Sparks Row Over Hindi on Go... CREDAI Tamil Nadu to Host Fifth Statec...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ଘରକୁ ଫେରୁଥିଲେ ଦମ୍ପତି, ବାଟରେ ଜଗିଥିଲା ମୃତ୍ୟୁ; ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ
Local

ଘରକୁ ଫେରୁଥିଲେ ଦମ୍ପତି, ବାଟରେ ଜଗିଥିଲା ମୃତ୍ୟୁ; ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

✍️ Reporter: Deepak Mahapatra 🗓 08 Oct 2026, 01:26 PM 👁 10
Share: 💬 WhatsApp 📘 Facebook 𝕏 Post
ନୂଆପଡ଼ା: ଘରକୁ ଫେରୁଥିବା ବେଳେ ଦମ୍ପତିଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍। ଘଟଣାସ୍ଥଳରେ ହିଁ ଚାଲିଗଲା ଦୁଇ ଜୀବନ। ଗୁରୁବାର ସକାଳେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏନ୍‌ଏଚ୍‌-୩୫୩ରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ସୂଚନା ଅନୁଯାୟୀ, ଖଡ଼ିଆଳ ଥାନା ଅଧୀନ ଟିଖାଲି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଦମ୍ପତି ହେଲେ କୋମନା ଥାନା ଅଧୀନ ବିରୁନପଦର ଗାଁର କପୁରଚନ୍ଦ ପଟେଲ ଓ ତାଙ୍କ ପତ୍ନୀ ମନ୍ଦାକିନୀ ପଟେଲ।
କପୁରଚନ୍ଦ ଓ ମନ୍ଦାକିନୀ ଖଡ଼ିଆଳ ବ୍ଲକ୍‌ର କୋଟିପଦର ଗାଁକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଗୁରୁବାର ସକାଳେ ଦୁହେଁ ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ଟିଖାଲି ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍‌ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା।
ଟ୍ରକ୍‌ ଧକ୍କା ଏତେ ଜୋର୍‌ଦାର ଥିଲା ଯେ, ଦମ୍ପତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବି କରିଥିଲେ। ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଟ୍ରକ୍‌ ଓ ଚାଳକଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି।
📲Get App