🔥 TRENDING Sri Lanka legend Sanath Jayasuriya pra... குடியாட்டம் பதிவாளர் திரு சேகர் அவர்கள... વડોદરામાં અચાનક બદલાયેલો વાતાવરણ, વીજળ... ભરૂચ જિલ્લા જેલમાં સેવા સંકલ્પ અભિયાન... મુધણેશ્વર મહાદેવ મંદિર ખાતે ત્રિદિવસીય... *கடலூர் மாவட்டம் முழுவதும் சூழ்ந்த கரு...
21 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣା; ଜେଲ୍ ଗଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ

✍️ Reporter: Deepak Mahapatra 🗓 21 Sep 2026, 12:14 PM 👁 14
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଜେଲ୍ ଗଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ । ରବିବାର ଜେଲ୍ ଅଧୀକ୍ଷକଙ୍କୁ ଗିରଫ କରିଥିଲା ଚୌଦ୍ୱାର ଥାନା ପୁଲିସ। ରାତି ୨ଟାରେ ସୁଜିତ କୁମାର ରାଉଳଙ୍କୁ ଚୌଦ୍ୱାର ଜେଲ୍ ଅଣାଯାଇଥିଲା । ମିନିଟ ବୁକ୍ ଜାଲିଆତି ଘଟଣା ନେଇ ଗିରଫ ହୋଇଥିଲେ ଜେଲ୍ ଅଧୀକ୍ଷକ । ହାଇକୋର୍ଟରେ ମଧ୍ୟ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା । ଜେଲ୍‌ରୁ ଦୁଇ ବିଚାରାଧୀନ ବିହରୀ କଏଦୀ ଫେରାର ହେବା ପରେ ଚର୍ଚ୍ଚାରେ ଥିଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଗିରଫ । ଏହା ପରେ ସରକାରୀ ରେକର୍ଡରେ କଥିତ ଜାଲିଆତି ଓ ଦସ୍ତାବିଜ୍‌ ହେରଫେର ନେଇ ସୁଜିତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଓଡ଼ିଶା ହାଇକୋର୍ଟ ଖାରଜ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ତଙ୍କର ଆଗୁଆ ଜାମିନ ଖାରଜ କରିଥିଲେ ।

୨୦୨୫ ଅକ୍ଟୋବର ୨ ତାରିଖରେ ଦୁର୍ଗାପୂଜା ଚାଲିଥିବା ସମୟରେ ଚୌଦ୍ୱାର ହାଇସିକ୍ୟୁରିଟି ଜେଲ୍‌ରୁ ଦୁଇ ବିଚାରାଧୀନ ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ । ଏନେଇ ସାରା ରଜ୍ୟରେ ଚୌଦ୍ୱାର ହାଇସିକ୍ୟୁରିଟି ଜେଲକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ମିଳିଥିବା ସୂଚନା ଅନୁସାରେ, ଦୁଇ ବିଚାରାଧୀନ ବିହାରୀ କଏଦୀ ସେଲ୍‌ର ଲୁହା ରଡ୍ କାଟିବା ପରେ ଜେଲ୍‌ର ଦୁଇଟି କାନ୍ଥ ଡେଇଁ ଫେରାର ହୋଇଥିଲେ । ସେମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିଲା । ଏପରିକି ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କର ବଦଳି ହୋଇଥିଲା ।

ଏହାପରେ ସେ ସୁଜିତ କୁମାର ରାଉଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସନ୍ତୋଷିନୀଙ୍କ ଅଭିଯୋଗ କରିଥିଲେ ଯେ, ଜେଲ୍‌ରୁ କଏଦୀ ଫେରାର ହେବା ପରେ ତାଙ୍କ ଦସ୍ତଖତକୁ ମିନିଟ୍ ବୁକ୍‌ରେ କଥିତ ଭାବେ ଜାଲ୍ କରାଯାଇଥିଲା । ଏହାସହ ଅକ୍ଟୋବର ୧, ୨ ଓ ୩ ତାରିଖର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟରରେ ମଧ୍ୟ ହେରଫେର କରାଯାଇଥିବାର ସେ ଅଭିଯୋଗ କରିଥିଲେ । ସେ ଦାବି କରିଥିଲେ ଯେ, ରେକର୍ଡରେ ଏଭଳି ହେରଫେର କରି ଦାୟିତ୍ୱ ଅନ୍ୟ ଜଣଙ୍କ ଉପରେ ଠେଲିବାକୁ ଚେଷ୍ଟା କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ପରବର୍ତ୍ତୀ ସମୟରେ ମାମଲା ଆଉ ଜଟିଳ ହୋଇଥିଲା । ତଦନ୍ତକାରୀ ଅଧିକାରୀ ଚୌଦ୍ୱାର ଜେଲ୍‌ର ସୁପରିନ୍‌ଟେଣ୍ଡେଣ୍ଟଙ୍କ ମିନିଟ୍ ବୁକ୍‌ ଦାଖଲ ପାଇଁ ଏକାଧିକ ଥର ନୋଟିସ୍‌ ଓ ରିମାଇଣ୍ଡର ଦେଇଥିବା କୋର୍ଟ ରେକର୍ଡରୁ ଜଣାପଡ଼ିଛି। ତଦନ୍ତ ପାଇଁ ଏହି ମିନିଟ୍ ବୁକ୍‌କୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ବୋଲି ଦର୍ଶାଯାଇଥିଲା ।

ମାମଲାରେ ଗିରଫ ଏଡ଼ାଇବା ପାଇଁ ସୁଜିତ କୁମାର ରାଉଳ ଆଗୁଆ ଜାମିନ ଆବେଦନ କରିଥିଲେ । ମାର୍ଚ୍ଚ ୨୩ରେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ମେ’ ମାସରେ ତଦନ୍ତରେ ସହଯୋଗ ଏବଂ ଆବଶ୍ୟକ ଦସ୍ତାବିଜ୍‌ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପରେ ଅଗଷ୍ଟ ୨୯ରେ ଜଷ୍ଟିସ୍ ଭି. ନରସିଂହଙ୍କ ଖଣ୍ଡପୀଠ ଆଗୁଆ ଜାମିନ ଆବେଦନ ଖାରଜ କରି ଅନ୍ତରୀଣ ସୁରକ୍ଷା ହଟାଇଥିଲେ । କୋର୍ଟ ରେକର୍ଡରେ ମିନିଟ୍ ବୁକ୍‌ ଉପଲବ୍ଧ ନଥିବା ଏବଂ ତାହାକୁ ନେଇ ଭିନ୍ନ ଭିନ୍ନ ମତ ଦିଆଯାଇଥିବା ବିଷୟ ମଧ୍ୟ ଉଲ୍ଲେଖ ରହିଛି ।
📲Get App