मौसम
୨୫ ରାତିରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା! ପାଣିପାଗ ମଡେଲ୍ କହିଲେ, କେଉଁଠି ଛୁଇଁବ ସ୍ଥଳଭାଗ
यहाँ देखें:
▶️ YouTube
ଆଗକୁ ରାଜ୍ୟରେ ବଡ ବର୍ଷାର ଆକଳନ । ୨୨ରୁ ପାଗରେ ପରିବର୍ତ୍ତନ ଦେଖାଦେଇପାରେ । ସେହିଭଳି ୨୪ ରୁ ୨୭ ତାରିଖ ଯାଏ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି । ଲଘୁଚାପ କ୍ରମେ ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବା ପରେ ଭଲ ବର୍ଷା ହେବ ।ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ନେଇ ଅଙ୍କ କଷା ହେଉଥିବାବେଳେ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । IMD କହୁଛି ଅବପାତ ହୋଇ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ବିଶେଷଜ୍ଞ କହିଲେ ୧୯ ରେ ଚିତ୍ର ସ୍ପଷ୍ଟ ହେବ ।ସେପ୍ଟେମ୍ବର ଶେଷରେ ବଙ୍ଗୋପ ସାଗରରେ ବାତ୍ୟା ଆସିପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ୍ ଆକଳନ କରୁଛନ୍ତି । ପାଣିପାଗ ମଡେଲ ECMWFର ପୂର୍ବାନୁମାନ କରିଛି ଯେ ୧୯ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୫ ତାରିଖ ବେଳକୁ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁପାରେ ।ସମ୍ଭବତଃ ଏହି ବାତ୍ୟା ଓଡ଼ିଶା ଉପକୂଳ ମୁହାଁ ହୋଇ ବ୍ରହ୍ମପୁରରୁ ଭୁବନେଶ୍ବର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ । ଅନ୍ୟତମ ପାଣିପାଗ ମଡେଲ GFS ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ବ୍ରହ୍ମପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ।ସେହିପରି ଅନ୍ତର୍ଜାତୀୟ ପାଣିପାଗ ମଡେଲ ICON ପୂର୍ବାନୁମାନ କରିଛି ଯେ, ସମ୍ଭାବ୍ୟ ବାତ୍ୟା ୨୪ ତାରିଖ ସକାଳେ ସ୍ଥଳଭାଗ ନିକଟତର ହୋଇପାରେ । ବ୍ରହ୍ମପୁରରୁ ଭୁବନେଶ୍ବର ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବା ICON କହିଛି ।ତେବେ ପାଣିପାଗ ବିଜ୍ଞାନୀଙ୍କ ମତରେ, ୧୯ ତାରିଖରେ ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାକୁ ଘନୀଭୂତ କରି ଶକ୍ତିଶାଳୀ କରିବା ପାଇଁ ପାଣିପାଗ ବେଶ ଅନୁକୂଳ ରହିଛି ।ବର୍ତ୍ତମାନ ସମୁଦ୍ର ପତନର ତାପମାତ୍ରା ୨୮ ଡିଗ୍ରୀରୁ ଅଧିକ ରହିଥିବା ବେଳେ ବାଦଲ ଖଣ୍ଡ ସୃଷ୍ଟିକାରୀ କାରକ MJO ସକ୍ରିୟ ହେଉଛି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା, ଗତିପଥ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଉତ୍ତର ଥାଇଲାଣ୍ଡରେ ସକ୍ରିୟ ଘୂର୍ଣ୍ଣିବଳୟ ୧୯ ତାରିଖ ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।ଆଗାମୀ ୩ରୁ ୪ ଦିନ ମଧ୍ୟରେ ସେହି ସମାନ ଦିଗରେ ଗତି କରି ଅବପାତ ହୋଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ । ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨ ତାରିଖ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।