🔥 TRENDING અંબાજી ભાદરવી પૂનમ મેળામાં 27 મેડિકલ ક... સુરતમાં વરસાદ માટે લાલ એલર્ટ જાહેર અનોખો પ્રેમ.... Fire Breaks Out in Punjab Roadways Bus... સુરેન્દ્રનગરના લખતર તાલુકાના ભાલાળા ગા... Welder from Gopalganj dies while being...
14 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ସାଇବର ଠକଙ୍କ ନୂଆ ଅସ୍ତ୍ର ‘ଭିବିଏସ୍‌ ଫାଇଲ୍’: ମେଲ୍, ହ୍ବାଟ୍ସଆପ୍ ଓ ଟେକ୍ସଟ୍ ମେସେଜ୍ ଯାଉଛି

✍️ Reporter: Deepak Mahapatra 🗓 14 Sep 2026, 12:54 PM 👁 40
Share: 💬 WhatsApp 📘 Facebook 𝕏 Post

ସାଇବର ଅପରାଧୀ ପ୍ରତ୍ୟେକ ସମୟରେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକୁଛନ୍ତି। ନିକଟରେ ଆର୍‌ଟିଓ ଚାଲାଣ ଓ ଆୟକର ଟିକସ ପାଇଁ ଏପିକେ ଓ ଜିପ୍‌ ଫାଇଲ୍ ପଠାଇ ଲୋକଙ୍କୁ ଠକେଇ କରୁଥିବା ବେଳେ ଏବେ ଭିବିଏସ୍(ଭିଜୁଆଲ୍ ବେସିକ୍ ସ୍କ୍ରିପ୍ଟ୍) ଫାଇଲ୍‌କୁ ଢାଲ କରିଛନ୍ତି ସାଇବର ଠକ।

ଭୁବନେଶ୍ବର: ସାଇବର ଅପରାଧୀ ପ୍ରତ୍ୟେକ ସମୟରେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକୁଛନ୍ତି। ନିକଟରେ ଆର୍‌ଟିଓ ଚାଲାଣ ଓ ଆୟକର ଟିକସ ପାଇଁ ଏପିକେ ଓ ଜିପ୍‌ ଫାଇଲ୍ ପଠାଇ ଲୋକଙ୍କୁ ଠକେଇ କରୁଥିବା ବେଳେ ଏବେ ଭିବିଏସ୍(ଭିଜୁଆଲ୍ ବେସିକ୍ ସ୍କ୍ରିପ୍ଟ୍) ଫାଇଲ୍‌କୁ ଢାଲ କରିଛନ୍ତି ସାଇବର ଠକ। ବିଶେଷକରି ବ୍ୟାଙ୍କ୍‌ରୁ ଆସୁଥିବା ଫାଇନାନ୍ସିଆଲ୍ ଷ୍ଟେଟମେଣ୍ଟ୍ ନଚେତ୍ ବିଭିନ୍ନ ସଂସ୍ଥାର ବିଲ୍‌ର ନାଁ ପଠାଇ ଲୋକଙ୍କୁ ଭ୍ରମରେ ପକାଉଛନ୍ତି। ଏହାକୁ ସତ ଭାବି ଲୋକେ ଡାଉନ୍‌ଲୋଡ୍‌ କରିବା ପରେ ଠକେଇର ଶିକାର ହେଉଛନ୍ତି। ନିକଟରେ ରାଜଧାନୀରେ ଏଭଳି ଏକାଧିକ ଠକେଇ ସଂକ୍ରାନ୍ତୀୟ ଅଭିଯୋଗ ସାମ୍‌ନାକୁ ଆସିଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ୧୯୩୦ରେ ଫୋନ୍ କରିଥିବା ଜଣାପଡ଼ିଛି।
ମେଲ୍, ହ୍ବାଟ୍ସଆପ୍ ଓ ଟେକ୍ସଟ୍ ମେସେଜ୍ ଯାଉଛି
ହ୍ୟାକ୍ କରି ଟଙ୍କା ଓ ତଥ୍ୟ ଲୁଟିନେଉଛନ୍ତି
ଅଭିଯୋଗ ମୁତାବକ, ବ୍ୟକ୍ତିଜଣକ ସେୟାର ମାର୍କେଟ୍‌ରେ ଟଙ୍କା ନିବେଶ କରିଛନ୍ତି। ପ୍ରତି ୩ମାସ ବ୍ୟବଧାନରେ ତାଙ୍କ ମେଲ୍ ଆଇଡିକୁ ଅଂଶଧନର କିଣାବିକା ସମ୍ବନ୍ଧୀୟ ମେସେଜ୍ ମେଲ୍‌ ଆଇଡିକୁ ଆସେ। ଏହି କ୍ରମରେ ତାଙ୍କ ମେଲ୍ ଆଇଡିକୁ ଏକ ଅଜଣା ଆଇଡିରୁ ଏକ ମେସେଜ୍ ଆସିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ ଆପଣଙ୍କ ଆବେଦନ ଅନୁଯାୟୀ ସେୟାର୍ ମାର୍କେଟ୍‌ର ନିର୍ଦ୍ଦିଷ୍ଟ କିଛି ଅଂଶଧନ ବିକ୍ରି ହୋଇଯାଇଛି। ତଳେ ଦିଆଯାଇଥିବା ଫାଇଲ୍‌ ଯାଞ୍ଚ କରିନିଅନ୍ତୁ। ସାଇବର ଠକ ଦ୍ବାରା ପ୍ରେରିତ ଏହି ମେସେଜ୍ ପଢ଼ି ଅଭିଯୋଗକାରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ। କୌଣସି ସେୟାର୍ ବିକ୍ରି ପାଇଁ ସେ ଆବେଦନ କି ଅନୁମତି ଦେଇନଥିବା ବେଳେ କେମିତି ବିକ୍ରି ହେଲା ଭାବି ସେ ଉକ୍ତ ଫାଇଲ୍‌କୁ ଓପନ୍ କରିଥିଲେ। ଏହା ପରେ ତାଙ୍କ ମୋବାଇଲ୍ ହ୍ୟାକ୍ ହୋଇଯାଇଥିଲା। ପରେ ମୋବାଇଲ୍‌ରେ ଥିବା ସମସ୍ତ ଫଟୋ ଓ କଣ୍ଟାକ୍ଟସ୍ ନେବା ସହିତ ହ୍ବାଟ୍ସଆପ୍ ବ୍ୟବହାର କରି ସଂପର୍କୀୟଙ୍କୁ ମେସେଜ୍ କରିଥିଲା। କାହାକୁ ଅସୁବିଧାରେ ପଡ଼ିଥିବା କହି ମେସେଜ୍ କରିଥିଲା ତ ଆଉ କାହାକୁ ପୂର୍ବ ଚାଟିଂ ଅନୁସାରେ ମେସେଜ୍ କରିଥିଲା। ଫଳରେ ସଂପର୍କୀୟମାନେ ଅଭିଯୋଗକାରୀ ମେସେଜ୍ କରିଥିବା ଭାବି ବିଭ୍ରାନ୍ତରେ ପଡ଼ିଥିଲେ। କିଛି ଲୋକେ ଟଙ୍କା ମଧ୍ୟ ଦେଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଆସିବା ପରେ ସାଇବର ପୁଲିସ ଆକାଉଣ୍ଟ୍‌ର କାରବାର ଆଧାରରେ ଠକକୁ ଧରିବାକୁ ଉଦ୍ୟମ କରୁଛି।ଅପରପଟେ ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଏପିକେ ଓ ଜିପ୍ ଫାଇଲ୍‌କୁ ପୁଲିସ ପକ୍ଷରୁ ବହୁଳ ଭାବେ ସଚେତନତା କରାଯାଇଛି। ତେଣୁ ସାଇବର ଠକଙ୍କ ଏପିକେ ଅସ୍ତ୍ର କାମ କରୁନି। ସେଥିପାଇଁ ଭିବିଏସ୍ ଫାଇଲ୍ ପଠାଇ ଲୋକଙ୍କୁ ବିଭ୍ରାନ୍ତରେ ପକାଉଛନ୍ତି। ଲୋକେ ବୁଝିବା ଆଗରୁ ହିଁ ଉକ୍ତ ଫାଇଲ୍‌କୁ ଓପନ୍ କରି ମୋବାଇଲ୍ ବା କମ୍ପ୍ୟୁଟର୍‌ର ସମସ୍ତ ନିୟନ୍ତ୍ରଣ ସାଇବର ଅପରାଧୀଙ୍କ ହାତକୁ ଦେଇଦେଉଛନ୍ତି। ସେହିଭଳି ଏହି ପ୍ରକାରର ଠକେଇ କରୁଥିବା ସାଇବର ଅପରାଧୀ ଓ ସେମାନଙ୍କ ନେଟଵର୍କ ନେପାଳ, ପାକିସ୍ତାନ ପ୍ରମୁଖ ଦେଶରୁ ହେଉଥିବା ଜଣାପଡ଼ିଛି। ତେଣୁ ପୁଲିସ ଏଠାରେ ପହଞ୍ଚି ଗିରଫଦାରୀ କରିବା ସମ୍ଭବ ନୁହେଁ। ତେଣୁ ଭିବିଏସ୍ ଫାଇଲ୍ କେହି ପଠାଇଲେ ଖୋଲନ୍ତୁ ନାହିଁ। ଯଦି ବା ଠକେଇର ଶିକାର ହେଉଛନ୍ତି, ଗୋଲ୍ଡେନ୍ ଆଵାର୍ ରୁଲ୍ ବା ପ୍ରଥମ ଏକ ଘଣ୍ଟା ମଧ୍ୟରେ ୧୯୩୦କୁ ଫୋନ୍ କରି ଅଭିଯୋଗ କରନ୍ତୁ। ଏହା ସହିତ ନିଜ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ସମସ୍ତ କାରବାର ଅଚଳ କରିବାକୁ କୁହନ୍ତୁ।
📲Get App