🔥 TRENDING बिसवां में अटल बिहारी वाजपेयी बस स्टॉप... હારીજ એસટી ડેપો ખાતે સ્વચ્છતા અભિયાન ક... Jharkhand JILCCE 2026 Recruitment Appl... JAC Class 10 & 12 Compartment Result 2... Jharkhand HC Names Retired Judge to Su... Kerala's Bhagyathara BT-72 Lottery Ann...
21 Sep 2026
ગુજરાતી मराठी ਪੰਜਾਬੀ বাংলা
ହର୍ଣ୍ଣ ମାରିବାକୁ ନେଇ ଯୁବକ ଓ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ
Crime

ହର୍ଣ୍ଣ ମାରିବାକୁ ନେଇ ଯୁବକ ଓ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ

✍️ Reporter: Deepak Mahapatra 🗓 11 Sep 2026, 12:22 PM 👁 40
Share: 💬 WhatsApp 📘 Facebook 𝕏 Post

ରାଜଧାନୀରେ ଚାଞ୍ଚଲ୍ୟ। ହର୍ଣ୍ଣ ମାରିବାକୁ ନେଇ ତୁମୁଳ କାଣ୍ଡ। ଦୁଇ ଯୁବକ ଓ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ।। ଗାଡ଼ି ସାଇଡ କରିବାକୁ ହର୍ଣ୍ଣ ବଜାଇବାରୁ ASOଙ୍କୁ ରାସ୍ତାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହିତ ଆକ୍ରମଣ ହୋଇଥିବାର ଅଭିଯୋଗ । ASO ହେଲେ ତାପସ ନାୟକ।

ASOଙ୍କୁ ବଞ୍ଚାଇବାରୁ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । ଜୀବନ ବିକଳରେ ସାମ୍ବାଦିକ ଜଣକ ରବୀନ୍ଦ୍ର ମଣ୍ଡପରେ ପଶିଯାଇଥିଲେ । ପରେ କୌଶଳକ୍ରମେ ସାମ୍ବାଦିକ ଜଣକ ପୋଲିସକୁ ଫୋନ କରିଥିଲେ।
ପିଶିଆର୍ ଓ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ବୁଝାଶୁଝା କରିବା ବେଳେ ପୋଲିସକୁ ଠେଲାପେଲା ସହ କଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ହୋଇଥିବାର ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧସ୍ତାଧସ୍ତି ପରେ ଆହତ ସାମ୍ବାଦିକ ଏବଂ ASO ଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ଖାରବେଳ ନଗର ଥାନା ପୋଲିସ।ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
📲Get App