🔥 TRENDING 12 Special Trains to Run from Bhopal D... नशे के खिलाफ जागरूकता अभियान, स्वस्थ स... મુવાડા ગામમાં હાઈસ્કૂલ નજીક રોડ પર ખાડ... Bihar Police Arrest Three in Harassmen... Saamana Criticises Maharashtra Govt fo... Central Railway Tests KAVACH 4.0 Safet...
21 Sep 2026
ગુજરાતી मराठी ਪੰਜਾਬੀ বাংলা
ଦକ୍ଷିଣ ଓଡ଼ିଶା ଉପରେ ଲଘୁଚାପ କ୍ଷେତ୍ର!
Weather

ଦକ୍ଷିଣ ଓଡ଼ିଶା ଉପରେ ଲଘୁଚାପ କ୍ଷେତ୍ର!

✍️ Reporter: Deepak Mahapatra 🗓 11 Sep 2026, 12:32 PM 👁 39
Share: 💬 WhatsApp 📘 Facebook 𝕏 Post

ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପରେ ଲଘୁଚାପ କ୍ଷେତ୍ର । ବାୟୁମଣ୍ଡଳର ୭.୬ କି.ମି ଉଚ୍ଚତା ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ । ଉତ୍ତର-ପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ରେ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୪୦-୫୦ କି.ମି ବେଗରେ ପବନ ହେବା ସମ୍ଭାବନା । ବଙ୍ଗୋପସାଗର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ।
କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ମାଲକାନଗିରି, ଗଜପତି, ରାୟଗଡା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡା, ସୋନପୁର ସହିତ ପୁରୀ, ଖୋର୍ଦ୍ଧା, କେନ୍ଦ୍ରପଡା, କଟକ, ଢ଼େଙ୍କାନଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
📲Get App