🔥 ट्रेंडिंग कमालगंज में श्री गणेश महोत्सव का भव्य... छत्तीसगढ़ उच्च न्यायालय ने कहा, संदिग्... एटा पुलिस ने तमंचे से फायरिंग के वांछि... छत्तीसगढ़ बॉयलर धमाका: मौतों का आंकड़ा... संगरूर जहर कांड पर विपक्ष पर भड़के पंज... पंजाब के 26 वर्षीय तीर्थयारी की 400 मी...
22 सित. 2026
ગુજરાતી मराठी ਪੰਜਾਬੀ বাংলা
୧୦ କେଜି ଗଞ୍ଜେଇ ଜବତ, ୩ ଗିରଫ

୧୦ କେଜି ଗଞ୍ଜେଇ ଜବତ, ୩ ଗିରଫ

✍️ रिपोर्टर: Sumanta Ray 🗓 08 सित. 2026, 08:09 AM 👁 30
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

୧୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ସ୍କୁଟି, ୩ ମୋବାଇଲ ଓ ୨୦ ହଜାର ଟଙ୍କା ଜବତ

ବାଲିମେଳା, ୦୭/୦୯(ସୁଧାଂଶୁ ମହାନ୍ତି)
ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୧୦ କେଜି ଗଞ୍ଜେଇ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍‌, ୨୦ ହଜାର ନଗଦ ଟଙ୍କା ଓ ଗୋଟିଏ ସ୍କୁଟି ଜବତ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ଣ ରେ ଏସ୍‌ଆଇ ଅଜିତ ସିଂ ବାରିହାଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ସୋରଲୁକୁଣ୍ଡା ବ୍ରିଜ୍‌ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏକ ସ୍କୁଟି କୁ ଅଟକାଇଥିଲା। ତେବେ ଏକ ବ୍ୟାଗ ରେ କଣ ଅଛି ପଚାରିବାରୁ ପୁଲିସ କୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବାଇକ ଚାଳକ। ଏହାପରେ ବ୍ୟାଗ ଯାଞ୍ଚ କରିବାରୁ ତନ୍ମଧ୍ୟରେ ୧୦ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଅଭିଯୁକ୍ତ ମାନଙ୍କୁ ଓରକେଲ ଥାନା କୁ ନିଆଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କାଲିମେଳା ଥାନା କେନ୍ଦୁଗୁଡା ଗ୍ରାମର କୁଲଧର ନାୟକ (୩୦), ଟେକଗୁଡା କଲୋନୀର ଡମ୍ବରୁ ମାତମ (୨୭) ଓ ସୁକଦେବ ମାଝୀ (୩୪)। ଏନେଇ ଓରକେଲ ଥାନାରେ କେସ ନଂ ୨୫୭/୨୬ ରେ ଏନ୍‌ଡିପିଏସ୍‌ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଅଦାଲତରେ ହାଜର କରାଯାଇଥିବା ଓରକେଲ ଥାନାଧିକାରୀ ରିଗାନ କିଣ୍ଡୋ କହିଛନ୍ତି।
📲Get App