🔥 ट्रेंडिंग श्रीगंगानगर जेल में तलाशी के दौरान बंद... ପୁଲିସ୍ SIଙ୍କୁ ବାନ୍ଧିଲା ଭିଜିଲାନ୍ସ; ଲାଞ୍... મોડાસા જયપુર રોડ લાઇન્સ નવા વર્ષની શુભ... କେନ୍ଦ୍ରକୁ ପ୍ରସ୍ତାବ: ‘ଅର୍ଣ୍ଣବ’ କ୍ଷୟକ୍ଷତ... ଅଫିସରଙ୍କୁ ବିଧାୟକଙ୍କ ହତ୍ୟା ଧମକ ଘଟଣା: ହୋ... એક્સિસ બેંક કર્મચારીની કારથી વસ્ત્રાપુ...
06 नव. 2026•
ગુજરાતી मराठी ਪੰਜਾਬੀ বাংলা
ବୁଡିଯାଉଥିବା ନାବାଳିକାଙ୍କ ଜୀବନ ବଞ୍ଚାଇ ନିଜେ ଚାଲିଗଲେ
स्थानीय

ବୁଡିଯାଉଥିବା ନାବାଳିକାଙ୍କ ଜୀବନ ବଞ୍ଚାଇ ନିଜେ ଚାଲିଗଲେ

✍️ रिपोर्टर: Deepak Mahapatra 🗓 07 सित. 2026, 05:12 PM 👁 84
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

ପୋଖରୀରେ ବୁଡିଯାଉଥିବା ଦୁଇଜଣ ନାବାଳିକାଙ୍କ ଜୀବନ ବଞ୍ଚାଇ ନିଜେ ପୋଖରୀରେ ବୁଡି ପ୍ରାଣ ହରାଇଲେ ମହିଳା । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଳା ବୋଲଗଡ ଅଞ୍ଚଳରେ ।

ଗ୍ରାମର ମଠ ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଜଣ ନାବାଳିକା ବୁଡିଯାଉଥିବାର ଦେଖି ସ୍ୱେଚ୍ଛାସେବୀ ସସ୍ମିତା ବରାଡ ପାଣି ଭିତରକୁ ଡେଇଁପଡିଥିଲେ । ସେ ଉଭୟ ନାବାଳିକାଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ । କିନ୍ତୁ ନିଜେ ପାଣି ଭିତରୁ ବାହାରି ପାରି ନଥିଲେ।
ଉଦ୍ଧାର ପାଇଥିବା ପିଲାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ପାଣିରୁ ବାହାର କରିବାକୁ ଚେଷ୍ଟା କରିଵାକୁ ଯାଇ ବିଫଳ ହୋଇଥିଲେ । ପରେ ବୋଲଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଗଭୀର ପାଣି ଭିତରୁ ସସ୍ମୀତାଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୋଲଗଡ଼ ଥାନା ପୁଲିସ ମୃତ ମହିଳାଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରେ ପରିବାର ଲୋକେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରିଥିବାର ସୂଚନା ମିଳିଛି ।
📲Get App