🔥 TRENDING कमालगंज में श्री गणेश महोत्सव का भव्य... Chhattisgarh High Court Says Recovery... एटा पुलिस ने तमंचे से फायरिंग के वांछि... Chhattisgarh Boiler Blast: Death Toll... Punjab Minister Slams Opposition Over... 26-Year-Old Punjab Pilgrim Dies in 400...
22 Sep 2026
ગુજરાતી मराठी ਪੰਜਾਬੀ বাংলা
ବୁଡିଯାଉଥିବା ନାବାଳିକାଙ୍କ ଜୀବନ ବଞ୍ଚାଇ ନିଜେ ଚାଲିଗଲେ
Local

ବୁଡିଯାଉଥିବା ନାବାଳିକାଙ୍କ ଜୀବନ ବଞ୍ଚାଇ ନିଜେ ଚାଲିଗଲେ

✍️ Reporter: Deepak Mahapatra 🗓 07 Sep 2026, 05:12 PM 👁 37
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ପୋଖରୀରେ ବୁଡିଯାଉଥିବା ଦୁଇଜଣ ନାବାଳିକାଙ୍କ ଜୀବନ ବଞ୍ଚାଇ ନିଜେ ପୋଖରୀରେ ବୁଡି ପ୍ରାଣ ହରାଇଲେ ମହିଳା । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଳା ବୋଲଗଡ ଅଞ୍ଚଳରେ ।

ଗ୍ରାମର ମଠ ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଜଣ ନାବାଳିକା ବୁଡିଯାଉଥିବାର ଦେଖି ସ୍ୱେଚ୍ଛାସେବୀ ସସ୍ମିତା ବରାଡ ପାଣି ଭିତରକୁ ଡେଇଁପଡିଥିଲେ । ସେ ଉଭୟ ନାବାଳିକାଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ । କିନ୍ତୁ ନିଜେ ପାଣି ଭିତରୁ ବାହାରି ପାରି ନଥିଲେ।
ଉଦ୍ଧାର ପାଇଥିବା ପିଲାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ପାଣିରୁ ବାହାର କରିବାକୁ ଚେଷ୍ଟା କରିଵାକୁ ଯାଇ ବିଫଳ ହୋଇଥିଲେ । ପରେ ବୋଲଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଗଭୀର ପାଣି ଭିତରୁ ସସ୍ମୀତାଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୋଲଗଡ଼ ଥାନା ପୁଲିସ ମୃତ ମହିଳାଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରେ ପରିବାର ଲୋକେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରିଥିବାର ସୂଚନା ମିଳିଛି ।
📲Get App