🔥 TRENDING Police Arrest Main Accused in Rs 2.24 ... Gold prices slip as buyers await deepe... Yemen and India Strengthen Ties at IOR... શિનોર ગામની નવી નગરી વસાહતમાં પાણી બોર... Delhi Metro Users Express Growing Safe... गोपालगंज में पुरानी पुल की घेराबंदी, व...
27 Nov 2026•
ગુજરાતી मराठी ਪੰਜਾਬੀ বাংলা

📰 NEED24 NEWS

✍️ Reporter: Gajindra Munda 🗓 27 Nov 2026, 09:43 AM 👁 24
Share: 💬 WhatsApp 📘 Facebook 𝕏 Post

*📰 NEED24 NEWS - ଆଜିର ଝାରସୁଗୁଡା ଖବର* *୨୭ ନଭେମ୍ବର ୨୦୨୬, ଶୁକ୍ରବାର*

*📰 NEED24 NEWS - ଆଜିର ଝାରସୁଗୁଡା ଖବର*
*୨୭ ନଭେମ୍ବର ୨୦୨୬, ଶୁକ୍ରବାର*

ଆଜିର ମୁଖ୍ୟ ଖବର ଏମିତି ଅଛି 👇

*1. ତାଲାବିରା କୋଇଲା ଖଣି ବନ୍ଦ - ୧୦ ଦିନ ହେଲା*
ତାଲାବିରା NLC କୋଇଲା ପ୍ରକଳ୍ପ ଗତ ୧୦ ଦିନ ହେଲା ବନ୍ଦ ଅଛି। ମାଲଦା, ପତ୍ରପାଲି, ରାମପୁର, ଖାଏତ ଗାଁର ବିସ୍ଥାପିତ ଲୋକେ ପରିବହନ ଅବରୋଧ କରିଛନ୍ତି। ଦାବି - ୮-୧୦ ବର୍ଷ ହେଲା ଥଇଥାନ ଓ ପୁନର୍ବାସ ସମସ୍ୟା ସମାଧାନ ହେଇନି। 1b64

*2. ଝାରସୁଗୁଡାରେ ଶୀତ ବଢ଼ିଲା*
୪୮ ଘଣ୍ଟାରେ ରାତି ତାପମାତ୍ରା ୪.୮° ଖସିଲା। ୨୪ ତାରିଖରେ ୧୯°, ୨୫ ତାରିଖରେ ୧୭°, ଆଜି ସକାଳେ ୫:୩୦ରେ ମାତ୍ର *୧୪.୨°* - ଏ ଋତୁର ସବୁଠୁ କମ୍। 5d43

*3. ନବୋଦୟ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ POCSO ମାମଲା*
୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ। ଘଟଣା ୨୩ ନଭେମ୍ବରର, ଏସ୍‌ପି ସୋନାଲି ସିଂହ ପର୍ମାର କହିଛନ୍ତି ତଦନ୍ତ ଚାଲିଛି। 3319

*4. ବ୍ରଜରାଜନଗରରେ ୪.୯୧୦ କେଜି ଗଞ୍ଜେଇ ଜବତ*
ଗତକାଲି ବୁଣ୍ଡିଆ ପୋଖରୀ ପାଖରେ ସ୍କର୍ପିଓ ଗାଡ଼ିରୁ ୪.୯୧୦ କେଜି ଗଞ୍ଜେଇ, ୩୦,୨୨୦ ଟଙ୍କା ଓ ୪ ମୋବାଇଲ୍ ଜବତ, ୪ ଗିରଫ। post-891761195187753811907

*5. ମହିଳା ସୁରକ୍ଷା ପାଇଁ ୧୬ ଦିନିଆ ଅଭିଯାନ*
ଝାରସୁଗୁଡାରେ ମହିଳା ଓ ବାଳିକାଙ୍କ ସୁରକ୍ଷା ପାଇଁ ୧୬ ଦିନିଆ ଅଭିଯାନ ଆରମ୍ଭ ହେଇଛି।

*6. ଦିବ୍ୟାଙ୍ଗ କ୍ରୀଡ଼ାରେ ୩୫୦ ଛାତ୍ରଛାତ୍ରୀ*
ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତାରେ ୩୫୦ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ବ୍ରଜରାଜନଗର ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ।

*7. ବାଲିଯାତ୍ରାରେ ଝାରସୁଗୁଡା ବିଧାୟକ*
ଭୁବନେଶ୍ୱର ଏକାମ୍ର କ୍ଷେତ୍ର ବାଲିଯାତ୍ରାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ।
📲Get App