🔥 TRENDING दलित उत्थान संघर्ष सेवा समिति के प्रदे... ਸੂਰਿਆਕੁਮਾਰ ਯਾਦਵ ਦੇ ਪਰਿਵਾਰ ਸਮੇਤ PM ਨਰਿੰ... अयोध्या में दीपोत्सव‑2026: शाश्वत सनात... युवा कांग्रेस ने पखांजूर में धान खरीदी... পাণ্ডুয়া থানার অন্তর্গত শিমলাগড় কালী... Man Shot Dead by Neighbour Over Parkin...
07 Nov 2026•
ગુજરાતી मराठी ਪੰਜਾਬੀ বাংলা

ପ୍ରଜ୍ଞାନ ମିଶନ ତରଫରୁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା l

✍️ Reporter: Dulendra Kumar Meher 🗓 07 Nov 2026, 07:34 PM 👁 19
Share: 💬 WhatsApp 📘 Facebook 𝕏 Post
କଳାହାଣ୍ଡି :-କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଲକର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଜୁନାଗଡ଼ ଠାରେ ଅଦ୍ୟ ତା ୦୭/୧୧/୨୦୨୬ ରିଖ ଦିନ ପ୍ରଜ୍ଞାନ ମିଶନ ତରଫରୁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସନତ କୁମାର ଯୋଷୀ ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପ୍ରଜ୍ଞାନ ମିଶନ କାର୍ଯ୍ୟକ୍ରମର ଆରମ୍ଭ ରେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବୁଦ୍ଧ ନାଏକ ଦୀପପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଅୟମାରମ୍ଭ କରିଥିଲେ l ନିର୍ଣ୍ଣାୟକ ଭାବରେ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା, ଯଶୋବନ୍ତ ବେହେରା ତଥା ଅନନ୍ତ ନାରାୟଣ ଥାଟି ଦାୟିତ୍ୱ ବହନ କରିବା ସହ ଶ୍ରୀଯୁକ୍ତ ଉଦିତ କୁମାର ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ l ପରିଶେଷରେ ବିଜେତା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ସମ୍ମାନିତ କରି କାର୍ଯ୍ୟକ୍ରମ ର ସମାପ୍ତି ଘଟିଥିଲା l
କଳାହାଣ୍ଡିରୁ ଦୁଲେନ୍ଦ୍ର କୁମାର ମେହେର ଙ୍କ ରିପୋର୍ଟ Need 24 news
📲Get App