🔥 ट्रेंडिंग ୧୮ଟି ଏମ୍‌ଓୟୁ ସ୍ୱାକ୍ଷରିତ; ସ୍ୱଚ୍ଛ ଶକ୍ତିର... રાજુલા-જાફરાબાદ હાઈવે ફોરલેન પ્રોજેક્ટ... BJP ସରକାରଙ୍କ ଜନଶୁଣାଣି: ଫାଇଲ ତଳେ ଚାପି ହ... ਕਿਸਾਨਾਂ ਲਈ ਵੱਡੀ ਖ਼ੁਸ਼ਖ਼ਬਰੀ : ਪੋਰਟਲ 'ਚ... રાજુલામાં 7 વર્ષની બાળકીના અપહરણ કેસમા... પોરબંદરના એન્થોની જોશેફની અનોખી કારીગર...
04 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

BJP ସରକାରଙ୍କ ଜନଶୁଣାଣି: ଫାଇଲ ତଳେ ଚାପି ହୋଇ ରହିଛି ୧.୭୦ଲକ୍ଷ ଦରଖାସ୍ତ, ପୁଲିସ ମୁଖ୍ୟାଳୟରେ ପଡ଼ିରହିଛି ୭୫% ଅଭିଯୋଗ

✍️ रिपोर्टर: Deepak Mahapatra 🗓 04 नव. 2026, 12:54 PM 👁 13
शेयर करें: 💬 WhatsApp 📘 Facebook 𝕏 Post
ବିଜେପି ସରକାରରେ ୨୦୨୪ ଜୁନ୍ ୧ରୁ ୨୦୨୬ ଅକ୍ଟୋବର ୩୧ ତାରିଖ ମଧ୍ୟରେ ସାଧାରଣ ଲୋକଙ୍କ ମୋଟ ୧୨.୫୦ଲକ୍ଷ ଆପତ୍ତି-ଅଭିଯୋଗ ପଞ୍ଜିକୃତ ହୋଇଛି । ସେଥିରୁ ୧୦.୮୩ଲକ୍ଷର ବିଚାର ସରିଛି ଓ ବାକି ୧.୬୭ଲକ୍ଷ ଏବେବି ନ୍ୟାୟ ଅପେକ୍ଷାରେ ରହିଛି ।
ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ସାଧାରଣ ଲୋକଙ୍କ ଆପତ୍ତି-ଅଭିଯୋଗର ତ୍ୱରିତ୍ ସମାଧାନ ପାଇଁ ଜନଶୁଣାଣି ବ୍ୟବସ୍ଥାକୁ ସକ୍ରିୟ କରିଛି ସତ କିନ୍ତୁ ପ୍ରଶାସନିକ ଉଦାସୀନତାରୁ ପ୍ରାୟ ୧.୭୦ଲକ୍ଷ ଅଭିଯୋଗ ଏବେବି ବିଚାର ଅପେକ୍ଷାରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସଠୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଫିସରେ ସାଧାରଣ ଲୋକମାନଙ୍କ ପୁଳାପୁଳା ଅଭିଯୋଗଗୁଡ଼ିକ ସମାଧାନ ହୋଇନପାରି ପଡ଼ିରହିଛି। ପୁଲିସ ମୁଖ୍ୟାଳୟରେ ମାତ୍ର ୨୫ପ୍ରତିଶତ ଅଭିଯୋଗର ଶୁଣାଣି ବା ସମାଧାନ ହୋଇପାରିଥିବାବେଳେ ୭୫ ପ୍ରତିଶତ ଅଭିଯୋଗ ଏବେବି ନ୍ୟାୟ ଅପେକ୍ଷାରେ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରାଜ୍ୟରେ ୨୦୨୪ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ୨୦୨୬ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ ମୋଟ ୧୨ଲକ୍ଷ ୫୦ହଜାର ୫୩୩ଟି ଅଭିଯୋଗ ସରକାରଙ୍କ ନିକଟକୁ ଆସିଛି। ଏଥିରୁ ପ୍ରଶାସନ ୧୦ଲକ୍ଷ ୮୩ହଜାର ୪୭୯ଟି ଅଭିଯୋଗର ସମାଧାନ କରିସାରିଛନ୍ତି। ତଥାପି ଏବେବି ୧ଲକ୍ଷ ୬୭ହଜାର ୫୪ଟି ଅଭିଯୋଗ ବିଚାରାଧୀନ ହୋଇ ରହିଛି। ତେବେ ଏତେ ପରିମାଣର ଅସମାହିତ ଦରଖାସ୍ତ ହିଁ ରାଜ୍ୟ ସରକାରଙ୍କ ଜନଶୁଣାଣିର ବାସ୍ତବ ଚିତ୍ରକୁ ପଦାରେ ପକାଇ ଦେଇଛି।
ସରକାରଙ୍କ ତଥ୍ୟ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ସିଧାସଳଖ ଲୋକଙ୍କ ସହ ଯୋଡ଼ି ହୋଇ ସର୍ବାଧିକ ୨ ଲକ୍ଷ ୨୨ ହଜାର ୩୦୩ ଟି ଅଭିଯୋଗ ଗ୍ରହଣ କରିଥିଲାବେଳେ ସେଥିରୁ ଏବେବି ୨୪୪୮୩ ଟି ମାମଲା ଏବେ ବି ଅମୀମାଂସିତ ରହିଛି। ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ଉପରେ ସବୁଠାରୁ ଅଧିକ ଚାପ ରହିଛି। ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟକୁ ଏହି ଅବଧି ମଧ୍ୟରେ ମୋଟ୍ ୬ ଲକ୍ଷ ୭ ହଜାର ୩୨୨ ଟି ଆବେଦନ ଆସିଥିବାବେଳେ ସେଥିରୁ ୫ ଲକ୍ଷ ୪୬ ହଜାର ୯୯୭ଟିର ସମାଧାନ ହୋଇସାରିଛି। ବାକି ୬୦୩୨୫ ଟି ଅଭିଯୋଗ ଏବେବି ଫଇସଲା ଅପେକ୍ଷାରେ ଅଟକି ରହିଛି।
ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶାସନିକ ବିଭାଗଗୁଡ଼ିକୁ ମିଳିଥିବା ୨ ଲକ୍ଷ ୯୮ ହଜାର ୭୬୦ଟି ଆବେଦନ ମଧ୍ୟରୁ ୩୩୩୭୨ ଟି ମାମଲା ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିନଥିବା ଜଣାପଡ଼ିଛି। ସେହିପରି ରାଜ୍ୟପାଳଙ୍କ ସଚିବାଳୟରୁ ଆସିଥିବା ୧୭୩୫୭ ଟି ଆବେଦନ ମଧ୍ୟରୁ ୭୨୫୨ଟି ମାମଲା ଏବେ ବି ଅସମାହିତ ରହିଛି। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ୩୩୨୨୪ ଟି ଆବେଦନ ମଧ୍ୟରୁ ୪୧୭୯ ଟି ଅଭିଯୋଗର ଫଇସଲା ହୋଇନାହିଁ।
ଏହି ସମଗ୍ର ଘଟଣାକ୍ରମରେ ପୁଲିସ ମୁଖ୍ୟାଳୟର ‘ଅଭିଯୋଗ ଶୁଣାଣି’ ପ୍ରକ୍ରିୟା ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ରହିଛି। ପୁଲିସର ମନ୍ଥରତା ଓ ଉଦାସୀନତା ଯୋଗୁ ହଜାର ହଜାର ଆପତ୍ତି-ଅଭିଯୋଗକାରୀଙ୍କୁ କୌଣସି ନ୍ୟାୟ ମିଳିପାରିନାହିଁ। ପୁଲିସ ଡିଜିଙ୍କ ଅଫିସକୁ ଆସିଥିବା ମୋଟ ୩୩୪୧୬ଟି ଅଭିଯୋଗ ମଧ୍ୟରୁ ମାତ୍ର ୮୫୨୫ଟି ଅଭିଯୋଗର ଫଇସଲା ହୋଇପାରିଛି। ଅବଶିଷ୍ଟ ୨୪୮୯୧ଟି ଅଭିଯୋଗ(୭୪.୫%) ଏବେବି ଅମୀମାସିଂତ ହୋଇ ରହିଛି। ଯାହାକି ରାଜ୍ୟ ପୁଲିସର ଇଚ୍ଛାଶକ୍ତି ଓ ଲୋକଙ୍କ ପ୍ରତି ଉତ୍ତରଦାୟିତ୍ୱକୁ କାଠଗଡ଼ାରେ ଛିଡ଼ା କରିଛି। ରାଜ୍ୟ ପୁଲିସର ସର୍ବୋଚ୍ଚ ଅଧିକାରୀଙ୍କ ନିକଟରେ ଗୁହାରି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରତି ୪ଜଣରୁ ୩ଜଣଙ୍କୁ ନିରାଶ ହୋଇ ରହିବାକୁ ପଡ଼ିଥିବା ଜଣାପଡ଼ିଛି।
ସେହିପରି ଜିଲ୍ଲା ଏସପିସ୍ତରରେ ୩୮୧୫୧ଟି ମାମଲା ମଧ୍ୟରୁ ୨୫୫୯୯ଟି ମାମଲାର ସମାଧାନ ହୋଇଥିଲାବେଳେ ୧୨୫୫୨ଟି ମାମଲା ବିଚାରାଧୀନ ରହିଛି। ଯାହାଫଳରେ ପୁଲିସ ବିଭାଗରେ ମୋଟ ୩୭ହଜାରରୁ ଅଧିକ ଦରଖାସ୍ତ ବା ଆପତ୍ତି ଅଭିଯୋଗ ପଡ଼ିରହିଥିବା ସ୍ପଷ୍ଟ ହୋଇଛି।
ସେହିପରି ରାଜ୍ୟପାଳଙ୍କ ସଚିବାଳୟକୁ ଆସିଥିବା ମୋଟ୍ ୧୭୩୫୭ଟି ଆବେଦନ ମଧ୍ୟରୁ ୭୨୫୨ ଟି ମାମଲା ଏବେ ବି ଅସମାହିତ ରହିଛି, ଯେଉଁଠାରେ ଫଇସଲା ହାର ମାତ୍ର ୫୮.୨ ପ୍ରତିଶତ ରହିଛି। ମୁଖ୍ୟ ସଚିବଙ୍କ ଅଫିସକୁ ୩୩୨୨୪ଟି ଦରଖାସ୍ତ ଆସିଥିବାବେଳେ ସେଥିରୁ ୪୧୭୯ଟି ଅଭିଯୋଗ ଉପରେ କୌଣସି ଫଇସଲା ହୋଇନାହିଁ।
ଏହି ସମଗ୍ର ତଥ୍ୟ ସ୍ପଷ୍ଟ ପ୍ରମାଣ କରୁଛି, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘ଜନଶୁଣାଣି’ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ମଧ୍ୟ ଶୀର୍ଷ ପାହ୍ୟାର ଅଫିସରମାନଙ୍କ ଆନ୍ତରିକତା ଅଭାବ ଯୋଗୁ ହଜାର ହଜାର ଆପତ୍ତି ଅଭିଯୋଗ ଏଷବବି ନ୍ୟାୟ ଅପେକ୍ଷାରେ ରହିଛି।
📲Get App