🔥 TRENDING हिंडौन में 'अपना घर आश्रम' ने 85 मानसि... ગિર ગઢડા તાલુકાના પડાપાદર ગામમાં રેતી... करौली में देवउठनी एकादशी पर बाल विवाह... Dog एबीवीपी ने हिंडौन महाविद्यालय में नई छ... सीएमएचओ ने करौली में मातृ एवं शिशु स्व...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ଭିଜିଲାନ୍ସ ଜାଲରେ କାବୁହେଲେ ଗୋଲାମୁଣ୍ଡା ତହସିଲଦାର l

✍️ Reporter: Dulendra Kumar Meher 🗓 19 Nov 2026, 06:22 PM 👁 29
Share: 💬 WhatsApp 📘 Facebook 𝕏 Post
କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଲାଞ୍ଚନେବା ଅଭଯୋଗରେ ତହସିଲଦାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ସୂଚନାନୁଯାୟୀ ଗୋଲାମୁଣ୍ଡା ବ୍ଲକ ବାବେଗୁଡାବାସୀ ଶ୍ରୀ ଚନ୍ଦ୍ରଧ୍ଵଜ କେତକୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣକରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ କାବୁ କରିନେଇଥିଲେ l ସରକାରୀ କାର୍ଯ୍ୟରେ ଲାଞ୍ଚକାରବାର ଏକ ଦୁର୍ନୀତି କାର୍ଯ୍ୟ l ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ l ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ବିଭାଗର କଡା କାର୍ଯ୍ୟାନୁଷ୍ଠାନ କୁ ନେଇ ଗୋଲାମୁଣ୍ଡା ତଥା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ଘଟଣା ପାଲଟିଯାଇଛି l
ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ଏବଂ ଘଟଣା ସମ୍ପର୍କିତ ପ୍ରମାଣ ସଂଗ୍ରହ କାର୍ଯ୍ୟ ଜାରିରହିଛି l ସାଧାରଣ ଜନତା ସରକାରୀ କାର୍ଯ୍ୟରେ ଅଯଥା ହଇରାଣ ହରକତ ନ ହୋଇ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସେବା ଯୋଗାଇଦେବା ପାଇଁ ସାଧାରଣରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହେଉଛି l ଏହି ଘଟଣାର ତଦନ୍ତ ହେଲେ ଅଧିକ ତଥ୍ୟ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି l
📲Get App