🔥 ट्रेंडिंग नई माँ बनने के बाद श्रीया सरान ने 'दृश... అక్రమాలకు పాల్పడిన వారిపై చర్యలు తీసుక... हरियाणा ADO परिणाम 2026 घोषित: hpsc.go... सपा सुप्रीमो की गिरफ्तारी के विरोध में... સુરત મેટ્રોમાં 'ડાયમંડ કટ' થીમેટિક ઇન્... IBPS हिंदी अधिकारी परीक्षा परिणाम 26 स...
06 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
बिज़नेस

ରାଜଧାନୀରେ ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ-STF ଆକ୍ସନ୍; ବିଭିନ୍ନ ମେଡିସିନ୍ ଦୋକାନରେ ହେଉଛି ରେଡ୍

✍️ रिपोर्टर: Deepak Mahapatra 🗓 06 अक्टू. 2026, 03:02 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବେଆଇନ ନିଶାଦ୍ରବ୍ୟ ବିକ୍ରି ଉପରେ ଏବେ ଆକ୍ସନ୍ ମୋଡ୍‌ରେ ପ୍ରଶାସନ। ଭୁବନେଶ୍ୱରର ବିଭିନ୍ନ ମେଡିସିନ୍ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ଓଡ଼ିଶା STFର ମିଳିତ ଚଢ଼ାଉ ଚାଲିଛି। ବିଶେଷକରି ବିନା ପ୍ରେସକ୍ରିପ୍ସନରେ ଔଷଧ ଓ ନିଶାଦ୍ରବ୍ୟ ବିକ୍ରି ହେଉଛି କି ନାହିଁ, ତାହା ଯାଞ୍ଚ କରୁଛି ଟିମ୍।

ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏହି ଚଢ଼ାଉ କରାଯାଉଛି। ମେଡିସିନ୍ ଦୋକାନଗୁଡ଼ିକରେ ଔଷଧ ସହିତ କଫ୍ ସିରପ୍‌ର ଷ୍ଟକ୍ ଓ ବିକ୍ରି ପ୍ରକ୍ରିୟା ମଧ୍ୟ ଯାଞ୍ଚ କରାଯାଉଛି। ନିୟମ ଅନୁସାରେ ଔଷଧ ବିକ୍ରି ହେଉଛି କି ନାହିଁ ଏବଂ ଆବଶ୍ୟକ ପ୍ରେସକ୍ରିପ୍ସନ୍ ରହିଛି କି ନାହିଁ, ତାହା ଉପରେ ଟିମ୍‌ର ନଜର ରହିଛି। ଭୁବନେଶ୍ୱରର ଆପୋଲୋ ଫାର୍ମାସୀ, ମେଡ୍‌ପ୍ଲସ୍ ସମେତ ବିଭିନ୍ନ ଡ୍ରଗିଷ୍ଟ ଓ ଷ୍ଟକିଷ୍ଟ ପଏଣ୍ଟରେ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।

ବିନା ଡାକ୍ତରୀ ପ୍ରେସକ୍ରିପ୍ସନରେ ନିୟନ୍ତ୍ରିତ ଔଷଧ କିମ୍ବା କଫ୍ ସିରପ୍ ବିକ୍ରି କରୁଥିବା ଧରାପଡ଼ିଲେ, ସମ୍ପୃକ୍ତ ଦୋକାନ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚଢ଼ାଉ ସମୟରେ ଔଷଧର ଷ୍ଟକ୍, ବିକ୍ରି ରେକର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରାଯାଉଛି।

ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏଭଳି ଯାଞ୍ଚ ଓ ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି।
📲Get App