🔥 TRENDING पटना: दीघा के पास एक व्यक्ति लापता, तल... ବିରୁପା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩... દહેગામ પોલીસે નંબર પ્લેટ વગરની અને કાળ... અરબ સાગરમાં કોસ્ટ ગાર્ડનું સફળ ઓપરેશન:... कौशाम्बी के मोहम्मदपुर गांव में कार मे... અરબ સાગરમાં કોસ્ટ ગાર્ડનું સફળ ઓપરેશન:...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

୪ ଜିଲ୍ଲାକୁ ୧୦ କୋଟି ଟଙ୍କାର ରିଲିଫ୍‌ ମଞ୍ଜୁର କଲେ SRC

✍️ Reporter: Deepak Mahapatra 🗓 30 Sep 2026, 01:00 PM 👁 18
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଜ୍ଯରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ସ୍ପେଶାଲ ରିଲିଫ୍ କମିଶନର (SRC) ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୪ଟି ଜିଲ୍ଲା ପାଇଁ ୧୦ କୋଟି ଟଙ୍କାର ଜରୁରୀକାଳୀନ ମେସିନାରୀ ଆର୍ଥିକ ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି‌।

ଏହି ଘୋଷଣା ଅନୁଯାୟୀ, ଚାରି ଜିଲ୍ଲାକୁ ସେମାନଙ୍କର ପ୍ରଭାବିତ ସ୍ଥିତି ଆଧାରରେ ରାଶି ବଣ୍ଟନ ହୋଇଛି। ନବରଙ୍ଗପୁର ଜିଲ୍ଲା ପାଇଁ ସବୁଠାରୁ ଅଧିକ ଅର୍ଥାତ୍ ମୋଟ ପାଣ୍ଠିର ଅଧା ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି‌।ଗଞ୍ଜାମ ଜିଲ୍ଲା ପାଇଁ ଫ୍ଲାସ୍ ଫ୍ଲଡ୍ ଏବଂ ଘରଭଙ୍ଗା ଜନିତ କ୍ଷତି ପାଇଁ ୨ କୋଟି ଟଙ୍କା‌। ଗଜପତିରେ ବନ୍ୟା ଓ ବ୍ୟାପକ ସ୍ଥାନାନ୍ତରଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨ କୋଟି ଟଙ୍କା‌। ଝାରସୁଗୁଡ଼ାର ବନ୍ୟା ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି‌।

ନିର୍ଦ୍ଦେଶ ଅନୁଯାୟୀ ଏହି ଅର୍ଥରାଶିକୁ ତୁରନ୍ତ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏସଆରସି (SRC) ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି‌। ବନ୍ୟା ବିପନ୍ନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସେବା ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ରିଲିଫ୍ ବଣ୍ଟନ ସରିବା ପରେ ଏହାର ଉପଯୋଗିତା ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି‌।
📲Get App