🔥 TRENDING दिग्गज अभिनेता नाना पाटेकर का 75 वर्ष... મુખ્યમંત્રી શ્રી ભૂપેન્દ્રભાઈ પટેલના વ... गौ सेवा आयोग की टीम को मुख्यमंत्री योग... Aditya Roy Kapur’s Intoxication Halts... Ranveer Singh buys Rs 1.95 crore BMW i... Mahesh Babu Extends Wishes to Rajamoul...
10 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ପୁଲିସ SI ପରୀକ୍ଷା ସ୍କାମ୍‌ରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ; ୯ଟି ସ୍ଥାନରେ ଇଡି ରେଡ୍

✍️ Reporter: Deepak Mahapatra 🗓 09 Oct 2026, 12:20 PM 👁 35
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ପୁଲିସ SI ପରୀକ୍ଷା ସ୍କାମ୍‌ରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୯ ଟି ସ୍ଥାନରେ ଚାଲିଛି ରେଡ୍ । SI ସ୍କାମରେ ଗିରଫ ହୋଇ ଜେଲ୍ରେ ଥିବା ଦଲାଲ ମୁନା ମହାନ୍ତିର କଳାପଥର ଘରେ, ପଞ୍ଚ ସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ସୁରେଶ ନାୟକଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ଚାଳିଛି ।

ପୁଲିସ SI ପରୀକ୍ଷା ସ୍କାମ୍‌ରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୯ ଟି ସ୍ଥାନରେ ଚାଲିଛି ରେଡ୍ ।SI ସ୍କାମରେ ଗିରଫ ହୋଇ ଜେଲ୍ରେ ଥିବା ଦଲାଲ ମୁନା ମହାନ୍ତିର କଳାପଥର ଘରେ, ପଞ୍ଚ ସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ସୁରେଶ ନାୟକଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ଚାଳିଛି । ଏହି ମାମଲାରେ CBI ତଦନ୍ତ କରିବା ସହ ଏକାଧିକ ଲୋକଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ କୋଟି କୋଟି ଟଙ୍କା କାରବାର ହୋଇଥିବାର କଥା ସାମ୍ନାକୁ ଆସିବା ପରେ ଇଡି ପକ୍ଷରୁ ରେଡ୍ କରାଯାଉଛି ।
ଅନ୍ୟପକ୍ଷରେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଉପରେ ସିବିଆଇର ନଜର ରହିଛି । ଏହା ପୂର୍ବରୁ, ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ଭୂମିକା ସିବିଆଇର ତଦନ୍ତ ପରିସରଭୁକ୍ତ ହୋଇଛି।

ସିବିଆଇ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ନାଥ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏହି ବୋର୍ଡ ପୁଲିସ ଏସ୍‌ଆଇ ଓ ସମାନ ପାହ୍ୟାର ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବା ଦାୟିତ୍ୱରେ ଥିଲା। ଏହି ପରୀକ୍ଷା ୨୦୨୫ ମସିହା ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା।

ତେବେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଯାହା ସିବିଆଇ ଦ୍ୱାରା କରାଯାଉଛି।
📲Get App