🔥 TRENDING જામનગરમાં બાયોમેડિકલ વેસ્ટ જાહેરમાં ફે... Police Disperse Vendors After Garbage... जमशेदपुर में 17-18 अक्टूबर को होगा गरब... Fire Breaks Out in Waste Dump at Shahi... Around 500 Haryana Congress Workers Pr... Body of Unknown Youth Found on Canal T...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

SCBରେ ମାନସିକ ରୋଗୀ ମୃତ୍ୟୁ ମାମଲା: ମାଡ଼ ମାରି ହତ୍ୟା ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଓ ଆଟେଣ୍ଡାଣ୍ଟ ଗିରଫ

✍️ Reporter: Deepak Mahapatra 🗓 12 Oct 2026, 12:20 PM 👁 24
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
କଟକ: କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ (SCB) ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରୋଗୀଙ୍କୁ ନିର୍ମମ ଭାବେ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ଆଟେଣ୍ଡାଣ୍ଟ ଏବଂ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି। କଟକ ଡିସିପି ଋଷିକେଶ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୩୦ ତାରିଖରେ ଯାଜପୁର ରୋଡ୍ ପହଙ୍ଗା ଅଞ୍ଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କର ମେଡିକାଲ୍ ଭିତରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ପରିବାରବର୍ଗ ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବରଂ ମାଡ଼ ମାରି ହତ୍ୟା କରାଯାଇଥିବା ନେଇ ଦୃଢ଼ ଅଭିଯୋଗ କରିଥିଲେ।
ଘଟଣାର ତଦନ୍ତ କରି ପୋଲିସ ହସ୍ପିଟାଲ୍‌ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍‌ରେ ଉଭୟ ଅଭିଯୁକ୍ତ ମୃତ ରୋଗୀ ଶ୍ରୀକାନ୍ତଙ୍କୁ ମାଡ଼ ମାରୁଥିବା ଏବଂ ନିର୍ଯାତନା ଦେଉଥିବା ସ୍ପଷ୍ଟ ଭାବେ ନଜର ଆସିଥିଲା। ଏହି ଠୋସ୍ ପ୍ରମାଣ ଆଧାରରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରିଛି।
ଡିସିପି ସ୍ପଷ୍ଟ କରିଛନ୍ତି ଯେ, ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ। ତଥାପି, ପ୍ରାଥମିକ ତଦନ୍ତ ଓ ଭିଡିଓ ପ୍ରମାଣକୁ ଆଧାର କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
📲Get App