🔥 TRENDING ‘ਸਾਡੇ ਬਜ਼ੁਰਗ, ਸਾਡਾ ਮਾਣ’ ਤਹਿਤ 14 ਅਕਤੂਬਰ... Meghalaya Man to Take SSLC Exam After... Tripura Admin Launches Mask Enforcemen... Tripura Reports Two More COVID-19 Deat... Tripura Reports 431 New COVID-19 Cases... Kharge Accuses Election Commission of...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ବନ୍ୟା ବେଳେ ଛୁଟିରେ ରହି RI ସସ୍‌ପେଣ୍ଡ

✍️ Reporter: Deepak Mahapatra 🗓 29 Sep 2026, 04:52 PM 👁 11
Share: 💬 WhatsApp 📘 Facebook 𝕏 Post
ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା RI ବିରଞ୍ଚି ନାରାୟଣ ଦାସ ସସ୍‌ପେଣ୍ଡ । ପ୍ରଶାସନ ପକ୍ଷରୁ ଛୁଟି ବାତିଲ ସତ୍ତ୍ୱେ ଅନୁପସ୍ଥିତ ଥିଲେ RI । ଯାହାକୁ ନେଇ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲ କାର୍ଯ୍ୟାଳୟରେ ।ସେପ୍ଟେମ୍ବର ୨୮ ତାରିଖରେ ଜାରି ହୋଇଥିବା ଅଫିସ ଅର୍ଡର ଅନୁସାରେ, ଶୃଙ୍ଖଳାଗତ ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀ ଦାସ ନିଲମ୍ବନରେ ରହିବେ ବୋଲି ସୂଚନା ମିଳିଛି ।
ନିଲମ୍ବନ ସମୟରେ ତାଙ୍କ ମୁଖ୍ୟାଳୟ ନବରଙ୍ଗପୁର କଲେକ୍ଟୋରେଟ୍‌ର ରେଭେନ୍ୟୁ ସେକ୍ସନ ରହିବ । ସେ ଅତିରିକ୍ତ ଜିଲ୍ଲାପାଳ, ରେଭେନ୍ୟୁଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ। ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିଲମ୍ବନ ପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।
📲Get App