🔥 TRENDING J&K Police Seize Land of Five Pakistan... Thousands Gather for Langar in Naharla... J&K Government Sets Monthly Cancer Fun... Arunachal Football Association Teams U... J&K Govt Boosts Cash Support for Cance... Vajiram & Ravi Unveils UPSC Prelims Cu...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

✍️ Reporter: Deepak Mahapatra 🗓 25 Nov 2026, 03:29 PM 👁 18
Share: 💬 WhatsApp 📘 Facebook 𝕏 Post
ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନବନ୍ଦରରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ମେୟର ସୁଲୋଚନା ଦାସ ପ୍ରମୁଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକର ଐତିହାସିକ ବାଲିଯାତ୍ରର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କ ସହିତ ଅନ୍ୟ ଅତିଥିମାନେ କଳିଙ୍ଗ ତରଙ୍ଗିଣୀରେ ସିଲଭର ସିଟି ବୋଟ୍‌ କ୍ଲବ୍‌ରୁ କଟକ ଇନ୍‌ କଟକ ପର୍ଯ୍ୟନ୍ତ ଆସିଥିଲେ। ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଡଙ୍ଗା ଭସାଇଥିଲେ। ଅତିଥିମାନେ ଜାତୀୟସ୍ତରୀୟ ପଲ୍ଲିଶ୍ରୀମେଳାକୁ ଉଦ୍‌ଘାଟନ କରିଥିଲେ। ଟେରାକୋଟା କାରିଗରଙ୍କ ସହିତ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଇଣ୍ଡୋନେସିଆ ଦୂତାବାସର ଚାର୍ଜ ଡି’ ଆଫାୟାର୍ସ ୟୁଧୋ ସାସୋଙ୍ଗକୋ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂହ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଞ୍ଚାସୀନ ଥିଲେ। ଏହି ଅବସରରେ ବାଲିଯାତ୍ରାର ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
📲Get App