🔥 ट्रेंडिंग ଅଭିଯୋଗର ତିନି ଦିନ ପରେ ବି ମିଳିଲାନି ନ୍ୟାୟ... ଐତିହାସିକ କଟକ ବାଲିଯାତ୍ରା ମହୋତ୍ସବକୁ ଉଦ୍‌... मनिपुर के सीएम ने आईएसएल मैच से पहले ख... त्यौहार से लौटे किशोर की ड्रग ओवरडोज़... जैसीएसी ने मेघालय सरकार से संवाद की मा... मेघालय के सीएम कॉनराड संगमा ने आर्कबिश...
25 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ବିବାହ ପ୍ରତିଶ୍ରୁତି ଦେଇ ଲୁଟି ନେଲେ ୫ ଲକ୍ଷ, ଅଭିନେତା ରାକେଶ ପାଢ଼ୀ ଅଟକ

✍️ रिपोर्टर: Deepak Mahapatra 🗓 25 नव. 2026, 03:05 PM 👁 24
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଆ ଅଭିନେତା ତଥା ପ୍ରଯୋଜକ ରାକେଶ ପାଢ଼ୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ନେଇ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଭରତପୁର ଥାନାରେ ପୀଡ଼ିତା ଜଣକ ରାକେଶଙ୍କ ନାଁରେ ଏତଲା ଦାୟର କରିଛନ୍ତି । ପୋଲିସ ରାକେଶଙ୍କ ଅଟକ ରଖି ପଚରାଉଚରା କରୁଛି ।

ଅଭିଯୋଗ ମୁତାବକ, ଏକ ପାର୍ଟିରେ ଯୁବତୀଙ୍କ ସହିତ ରାକେଶ ପାଢ଼ୀଙ୍କର ଭେଟ ହୋଇଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଏହା ରାକେଶ ତାଙ୍କୁ ବିବାହ କରିବାକୁ କହି ୫ ଲକ୍ଷ ଟଙ୍କା ନେବା ସହି ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ଆଉ ରାକେଶ ଧରାଛୁଆଁ ଦେଇ ନ ଥିଲେ । ଏ ନେଇ ପୀଡ଼ିତା ଜଣକ ତାଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।

ଶେଷରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ପଦକ୍ଷେପ ସ୍ୱରୂପ ପୋଲିସ ରାକେଶଙ୍କୁ ଅଟକ ରଖି ପଚରାଉଚରା କରୁଛି ।
📲Get App