Entertainment
ପାରାଦୀପ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଳିଙ୍ଗ ବାଲିଯାତ୍ରାର କଲେ ଉଦ୍ଘାଟନ
ପାରାଦୀପ : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ ଗସ୍ତରେ ଅଛନ୍ତି। ପାରାଦୀପରେ ଆରମ୍ଭ ହେଉଥିବା କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଛନ୍ତି।
ଆଜି ଅପରାହ୍ନରେ ପାରାଦୀପରେ ପବିତ୍ର ‘ବୋଇତ ବନ୍ଦାଣ’ ଉତ୍ସବ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ୱାଗତ କରିବା ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପାଇଁ ଏକ ସମ୍ମାନର ବିଷୟ ଥିଲା। ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ହେଲିପ୍ୟାଡରେ ମୁଖ୍ଯମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଥିଲା। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ଏବଂ ଉପାଧ୍ୟକ୍ଷ ଶ୍ରୀ ଟି. ବେଣୁ ଗୋପାଳଙ୍କ ସମେତ ବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଆନ୍ତରିକତାର ସହ ସ୍ୱାଗତ କରିଥିଲେ।
ଏହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୬ ଡିଏସପି, ୧୫ ଇନ୍ସପେକ୍ଟର, ୩୦ ଏସଆଇ ଓ ୫୦ ଜଣ ଏଏସଆଇ ରହିବେ । ବାଲିଯାତ୍ରା ଅବସରରେ ଅନେକ ପ୍ରକାରର ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ପାରାଦୀପ ଆସିବା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଗସ୍ତ କରି ବାତ୍ୟା ଓ ବନ୍ୟା ଜନିତ ଫସଲ କ୍ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ।