🔥 TRENDING আজ থেকে চার মাস আগের ভিডিও শুভ সকাল জ... ବିରୋଧ ପ୍ରଦର୍ଶନର ଶିକାର ବାଂଲାଦେଶର ଗାର୍ମେ... વિરમગામ નગરપાલિકા દ્વારા મુનસર તળાવ ખા... Chief Minister Opens 74th Gauchar Mela ଭାରତ ବିରୋଧରେ ବାଂଲାଦେଶୀ ସାଂସଦଙ୍କ ବିବାଦୀ... Congress condemns Ankita Bhandari's al...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଆସନ୍ତାକାଲି ଠାରୁ ବାଲିଠାରେ ଆରମ୍ଭ ହେବ ‘ଓଡ଼ିଶା ପରବ ୨୦୨୬’

✍️ Reporter: Deepak Mahapatra 🗓 24 Nov 2026, 02:44 PM 👁 33
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଇଣ୍ଡୋନେସିଆର ବାଲିଠାରେ ଆସନ୍ତାକାଲି ଠାରୁ ଦୁଇ ଦିନ ଯାଏଁ( ୨୪,୨୫ନଭେମ୍ବର) ‘ଓଡ଼ିଶା ପରବ ୨୦୨୬’ ଆୟୋଜିତ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ପ୍ରାଚୀନ କଳିଙ୍ଗ ଓ ବାଲି ମଧ୍ୟରେ ରହିଥିବା ଐତିହାସିକ ନୌବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କକୁ ପୁନର୍ଜୀବିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ହେଉଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବାଲିରେ ପହଞ୍ଚିଛନ୍ତି।

ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ଦୁଇ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ବାଲିସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହେବ।

ଏହି ମଞ୍ଚରେ ଓଡ଼ିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟପେୟର ଝଲକ ଦେଖିବାକୁ ମିଳିବ। ଏହାସହ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ, ସମୁଦ୍ର ବେଳାଭୂମି, ଜଙ୍ଗଲ ଓ ଐତିହ୍ୟ ସମ୍ପନ୍ନ ସ୍ଥାନଗୁଡ଼ିକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗରେ ପ୍ରଦର୍ଶନ କରାଯିବ।

ସେହିପରି କଟକରେ ଐତିହାସିକ ବାଲିଯାତ୍ରା ମଧ୍ୟ ଆସନ୍ତାକାଲି ଠରୁ ଆରମ୍ଭ ହେଉଛି, ଯାହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ ।
📲Get App