🔥 TRENDING ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ... वंचित बहुजन आघाडीने दादरच्या छत्रपती श... ଐତିହାସିକ କଟକ ବାଲିଯାତ୍ରା ପାଇଁ ବ୍ୟାପକ ସୁ... ਕੈਨੇਡਾ ''ਚ ਸਟੱਡੀ ਪਰਮਿਟ ਵਾਲੇ ਭਾਰਤੀਆਂ ਦੀ... ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ହାବିଲଦ... Sikkim Introduces New Permit Rules and...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ୧୫.୩୬% ହ୍ରାସ; ୭୬୧୩ କୋଟିରୁ ଖସି ୬୪୪୪ କୋଟି, ବିଧାନସଭାରେ କାରଣ ରଖିଲେ ମୁଖ୍ୟମନ୍ତ୍ରୀ

✍️ Reporter: Deepak Mahapatra 🗓 23 Nov 2026, 04:32 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: କେନ୍ଦ୍ରୀୟ ଅନୁଦାନକୁ ନେଇ ଓଡ଼ିଶା ପାଇଁ ବଡ଼ ଖବର। ଗତବର୍ଷ ତୁଳନାରେ ଚଳିତବର୍ଷ ରାଜ୍ୟକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନରେ ୧୫.୩୬ ପ୍ରତିଶତ ହ୍ରାସ ଘଟିଛି। ଗତବର୍ଷ ଓଡ଼ିଶାକୁ ୭୬୧୩ କୋଟି ଟଙ୍କା ମିଳିଥିବା ବେଳେ ଏଥର ମିଳିଛି ମାତ୍ର ୬୪୪୪ କୋଟି ଟଙ୍କା। ଅର୍ଥାତ୍ ୧୧୬୯ କୋଟି ଟଙ୍କା କମ୍ ମିଳିଛି।

କାହିଁକି କମିଲା ଅନୁଦାନ? ଏହାର କାରଣ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଉତ୍ତର ଅନୁସାରେ, ଷୋଡ଼ଶ ଅର୍ଥ ଆୟୋଗର ନୂଆ ବ୍ୟବସ୍ଥା ଓ ମାର୍ଗଦର୍ଶିକା ଏହାର ପ୍ରମୁଖ କାରଣ।

ଅନୁଦାନ ହ୍ରାସ ପଛରେ ୩ଟି ପ୍ରମୁଖ କାରଣ:

୧. ୧୬ତମ ଅର୍ଥ ଆୟୋଗର ନୂଆ ବ୍ୟବସ୍ଥା: ୨୦୨୬-୨୭ ଆର୍ଥିକ ବର୍ଷ ହେଉଛି ଷୋଡ଼ଶ ଅର୍ଥ ଆୟୋଗର କାର୍ଯ୍ୟକାଳର ପ୍ରଥମ ବର୍ଷ। ନୂଆ ବ୍ୟବସ୍ଥା ଅନୁସାରେ ଅନୁଦାନ ପ୍ରଦାନ ପ୍ରକ୍ରିୟା ଚାଲିଛି।

୨. ପଞ୍ଚାୟତ ଓ ପୌରାଞ୍ଚଳକୁ ଅନୁଦାନ ବାକି: ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥାନୀୟ ନିକାୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଅନୁଦାନ ଏପର୍ଯ୍ୟନ୍ତ ମିଳିନାହିଁ।

୩. ନୂଆ ଗାଇଡ୍‌ଲାଇନ୍ ଓ ସର୍ତ୍ତାବଳୀ: ଷୋଡ଼ଶ ଅର୍ଥ ଆୟୋଗର ନୂଆ ମାର୍ଗଦର୍ଶିକା ଏବଂ ସର୍ତ୍ତାବଳୀ ପାଳନ ପ୍ରକ୍ରିୟା ଯୋଗୁଁ ଅନୁଦାନ ପ୍ରଦାନରେ ବିଳମ୍ବ ହୋଇଛି।
📲Get App