🔥 ट्रेंडिंग बंगाली डिस्को क्लासिक का GTA VI में पद... अजय बिज़ली ने स्वानंद कर्किरे और अमित... कैसे कासेट, एमटीवी और प्रवासी समुदाय न... उत्तरी भारत में चारा इकट्ठा करते समय म... उत्तarakhand के मुख्यमंत्री पुष्कर सिं... उत्तराखी के गाँव में आग ने लगभग 30 घर...
25 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଏସିଏଫ ମୃତ୍ୟୁ ଘଟଣା: ପତ୍ନୀ ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ

✍️ रिपोर्टर: Deepak Mahapatra 🗓 25 नव. 2026, 03:03 AM 👁 18
शेयर करें: 💬 WhatsApp 📘 Facebook 𝕏 Post
ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଉପରେ ସରକାର ଗ୍ରହଣ କରିଛନ୍ତି ବଡ଼ ଆକ୍ସନ। ଜେଲ ଯିବାର ମାସକ ଭିତରେ ବିଭାଗୀୟ ଆକ୍ସନର ସମ୍ମୁଖୀନ ହୋଇଛନ୍ତି ବିଦ୍ୟାଭାରତୀ।
ଏବେ ଜେଲରେ ଥିବା ବିଦ୍ୟାଭାରତୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି ଆଇଆଇସି ଓ ଏସଡିଜେଏମ କୋର୍ଟଙ୍କ ଚିଠି ଆଧାରରେ ତାଙ୍କୁ ନିଲମ୍ବନ କରିଛନ୍ତି ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ।
କପ୍ତିପଦା ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଏଲଆଇ ଭାବେ କାର୍ଯ୍ୟରତ ଥିଲେ ବିଦ୍ୟାଭାରତୀ ପଣ୍ଡା। ସ୍ୱାମୀ ସୌମ୍ୟଙ୍କ ମୃତ୍ୟୁ ପରଠାରୁ ତାଙ୍କ ଅଡ଼ୁଆ ବଢ଼ିଥିଲା। ଗତ ୨ ତାରିଖରେ ସେ କୋର୍ଟରେ ଆତ୍ମସର୍ପଣ କରିବା ପରେ ଗିରଫ ହୋଇଥିଲେ। ଏବେ ସେ ବିଚାର ବିଭାଗୀୟ ହାଜରେ ଅଛନ୍ତି।
ସରକାରୀ ଅଧିକାରୀ ବିଚାର ବିଭାଗୀୟ ହାଜତରେ ୪୮ ଘଣ୍ଟା ରହିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି । ହେଲେ ବିଦ୍ୟାଭାରତୀଙ୍କ କ୍ଷେତ୍ରରେ ବିଳମ୍ବରେ ଆକ୍ସନ ହେବା ଅନେକ ପ୍ରଶ୍ନ ଉଠାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ୫ ମାସ ପରେ ଅର୍ଥାତ୍ ୨୦୨୨ ଜାନୁଆରୀ ୧୦ରେ ବାରିପଦା ନୂଆଗାଁ ପଶୁଧନ ସହାୟକ କେନ୍ଦ୍ରରେ ପଶୁ ଧନ ନିରୀକ୍ଷକ ଭାବେ ନିଯୁକ୍ତି ପାଇଥିଲେ ବିଦ୍ୟାଭାରତୀ।
ପରେ ୨୦୨୫ ଜୁନ ୧୬ ରେ ତାଙ୍କର ବଦଳି ଅର୍ଡର ଆସିଥିଲା। ୨୦୨୫ ଜୁଲାଇ ୧୩ ରେ ସେ କପ୍ତିପଦା ଶାଳଚୁଆ ପଶୁଧନ ସହାୟକ କେନ୍ଦ୍ରରେ ଏଲଆଇ ଭାବେ ଟ୍ରାନ୍ସଫର୍ ହୋଇଥିଲେ। ଗତ ନଭେମ୍ବର ୨ରେ ସ୍ୱାମୀ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସେ ଆତ୍ମସମର୍ପଣ କରିଥିଲେ।
ହେଲେ ଶାଳଚୁଆରେ କାର୍ଯ୍ୟରତ ଥିବା ବିଦ୍ୟାଭାରତୀ ଘରୋଇ କାରଣ ଦର୍ଶାଇ ଗତ ନଭେମ୍ବର ୨ ଓ ୩ ତାରିଖରେ ଛୁଟି ନେଇଥିବା ଦର୍ଶାଇଥିଲେ। ୨ ତାରିଖରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।
ସେ ସେବେଠାରୁ ଜେଲରେ ଥିବାରୁ ଆଉ କାର୍ଯ୍ୟରେ ଯୋଗଦେଇନାହାନ୍ତି। ଏହି କାରଣରୁ ତାଙ୍କୁ ନଭେମ୍ବର ୧୭ରୁ ନିଲମ୍ବନ କରାଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।
📲Get App