🔥 TRENDING साप्ताहिक समीक्षा बैठक में जिला कलेक्ट... வேலூர் புதிய பேருந்து நிலையத்தில் போக்... Punjab Congress lifts suspension of fo... Majuli Launches Northeast’s First Doub... ED Seizes Rs 70 Lakh Assets of Former... Assam to Allocate ₹4,000 Crore for Ski...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଏପ୍ରିଲ ମାସରେ ବାହା ହୋଇଥିଲେ; ସବୁ ଠିକ୍ ଚାଲିଥିଲା, ହଠାତ୍ କ’ଣ ହେଲା? ଘର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

✍️ Reporter: Deepak Mahapatra 🗓 23 Nov 2026, 03:03 PM 👁 23
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସବ୍‌-ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ସରକାରୀ ବାସଭବନରୁ ମିଳିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କ ପରିବାର ଲୋକେ ଏହାକୁ ମାନିବାକୁ ନାରାଜ। ପ୍ରଭାସିନୀଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଣି ଆଉ କେହି ନୁହେଁ, ତାଙ୍କର ସହକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। କର୍ମକ୍ଷେତ୍ରରେ କୌଣସି ବିବାଦ ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।


ପ୍ରଭାସିନୀଙ୍କ ବାପ ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ। ସେ ପ୍ରଥମେ ଭୁବନେଶ୍ୱରର ସହିଦ ନଗର ଥାନାରେ ଥିଲେ। ଅଳ୍ପ ଦିନ ହେବ ତାଙ୍କର ପୁରୁଷୋତ୍ତମପୁର ଥାନାକୁ ବଦଳି ହୋଇଥିଲା। ଗତ ଏପ୍ରିଲ ମାସରେ ତାଙ୍କ ବିବାହ ହୋଇଥିଲା। ତାଙ୍କର ପ୍ରେମ ବିବାହ ହୋଇଥିଲା ବୋଲି ଜଣାପଡ଼ିଛି। ତାଙ୍କ ସ୍ୱାମୀ ରେଳବାଇରେ ଲୋକ ପାଇଲଟ୍ ଭାବେ କାର୍ଯ୍ୟ କରନ୍ତି।

ପ୍ରଭାସିନୀଙ୍କ ବଡ଼ ବାପା ଯୁଧିଷ୍ଠିର ସାହୁ କହିଛନ୍ତି ଯେ ତାଙ୍କ ବୈବାହିକ ଜୀବନ ଠିକ୍‌ଠାକ ଚାଲିଥିଲା। ସ୍ୱାମୀ, ଶ୍ୱଶୁର କି ଶାଶୁଙ୍କ ବିରୋଧରେ ସେ କେବେ କିଛି ଅଭିଯୋଗ କରି ନଥିଲେ। ତାଙ୍କ ଶାଶୁ ଘର ଲୋକେ ବହୁତ ଭଲ। ଆମ ଝିଅର ବ୍ୟକ୍ତିତ୍ୱ ଖୁବ୍ ଭଲ। ଆମର ସନ୍ଦେହ ହେଉଛି ଯେ ତାଙ୍କୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଛି। ସେ ଭାରି ସଚ୍ଚୋଟ। ସେଥିପାଇଁ କୌଣସି ସହକର୍ମୀଙ୍କ ସହିତ ବିବାଦ ହୋଇଥିବ। ସେଥିପାଇଁ ତାଙ୍କୁ କେହି ସହକର୍ମୀ ତାଙ୍କୁ ହତ୍ୟା କରିଥାଇପାରନ୍ତି। ସେ ବହୁତ ଷ୍ଟ୍ରଙ୍ଗ। ସେ କେବେ ଆତ୍ମହତ୍ୟା କରିନପାରେ।

ସେହିଭଳି ପ୍ରଭାସିନୀଙ୍କ ଜେଜେ ମା’ କହିଛନ୍ତି ଯେ ସେ ମୋ ନାତୁଣୀ ନଥିଲା। ସେ ମୋ ନାତି ଥିଲା। ସେ ଛୁଆ ବେଳୁ ଖୁବ୍ ସାହାସୀ। ସେ କେବେ ଆତ୍ମହତ୍ୟା କରିପାରିବନି। ତାକୁ ହତ୍ୟା କରାଯାଇଛି। ତା’ର ସେହି ସହକର୍ମୀଙ୍କ ସହିତ କିଛି ଘଟିଥିବ। ସେଥିପାଇଁ ତାକୁ କେହି ହତ୍ୟା କରିଥାଇପାରେ।

ଗଞ୍ଜାମ ଏସପି କହିଛନ୍ତି ଯେ ପ୍ରଭାସିନୀଙ୍କ ସହ ତାଙ୍କର ଅନେକ ଥର ଆଲୋଚନା ହୋଇଛି। ସେ ନୂଆ ନୂଆ ଆସିଥିବାରୁ ଅଫିସ କେମିତି ଲାଗୁଛି ବୋଲି ସେ ତାଙ୍କୁ ପଚାରନ୍ତି। ହେଲେ ସେ ଅଫିସରେ କୌଣସି ପ୍ରକାର ଚାପ କି ବିବାଦ ଥିବା କଥା କେବେ କହି ନଥିଲେ।

ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଲାଗୁଛି। ତେବେ ଆମେ ତଦନ୍ତ କରୁଛୁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ପରେ ପ୍ରକୃତ କଥା ସାମ୍ନାକୁ ଆସିବ।
📲Get App