🔥 TRENDING मुख्यमंत्री योगी आदित्यनाथ यांनी आईच्य... अररिया के फारबिसगंज में 30 वर्षीय मनीष... दिल्ली पुलिस का बयान: सोशल मीडिया इन्फ... Danish Khan clinches Master Men Indivi... Gnana Dattu and Shaina Manimuthu clinc... PM Modi says AI cannot replace skilled...
22 Nov 2026•
ગુજરાતી मराठी ਪੰਜਾਬੀ বাংলা

ଓଡ଼ିଶା ଅଣ୍ଡର-୨୩ ଟି-୨୦ ଦଳରେ ମାଲକାନଗିରିର ସୁବୀର ସର୍ଦ୍ଦାର, ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ

✍️ Reporter: Sukumar Mandal 🗓 22 Nov 2026, 12:04 AM 👁 24
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୧ ନଭେମ୍ବର : ମାଲକାନଗିରି ଜିଲ୍ଲା ପାଇଁ ପୁଣି ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲ୍ଲାର ଉଦୀୟମାନ କ୍ରିକେଟର ସୁବୀର ସର୍ଦ୍ଦାର ଓଡ଼ିଶା ଅଣ୍ଡର-୨୩ ପୁରୁଷ ଟି-୨୦ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି। ବିସିସିଆଇର ଘରୋଇ କ୍ରିକେଟ୍ ସିଜନ ୨୦୨୬-୨୭ ପାଇଁ ଘୋଷିତ ଦଳରେ ତାଙ୍କ ଚୟନ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି।

ସୁବୀର ଏହା ପୂର୍ବରୁ ମଧ୍ୟ ଓଡ଼ିଶା ଅଣ୍ଡର-୨୩ ଦଳରେ ଖେଳି ନିଜର କ୍ରୀଡ଼ା ପ୍ରତିଭାର ପରିଚୟ ଦେଇସାରିଛନ୍ତି। ନିରନ୍ତର ପରିଶ୍ରମ, ଶୃଙ୍ଖଳା ଏବଂ କ୍ରିକେଟ୍ ପ୍ରତି ଗଭୀର ନିଷ୍ଠା ତାଙ୍କୁ ଏହି ସଫଳତା ଦେଇଛି। ଏମ୍‌ଭି-୭୯ ସାବେରୀ କ୍ରିକେଟ୍ କ୍ଲବର ଜଣେ ପ୍ରତିଭାବାନ ଖେଳାଳି ଭାବେ ସେ ଦୀର୍ଘଦିନ ଧରି ଜିଲ୍ଲାସ୍ତରରେ ଉତ୍ତମ ପ୍ରଦର୍ଶନ କରିଆସୁଛନ୍ତି।

ତାଙ୍କର ଏହି ସଫଳତା କେବଳ ମାଲକାନଗିରି ଜିଲ୍ଲା ନୁହେଁ, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳ ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଅନେକ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ରହିଛନ୍ତି। ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ଆବଶ୍ୟକୀୟ କ୍ରୀଡ଼ା ଭିତ୍ତିଭୂମି ଓ ସୁଯୋଗ ମିଳିଲେ ରାଜ୍ୟ ତଥା ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି ସୁବୀରଙ୍କ ସଫଳତା ପ୍ରମାଣିତ କରିଛି।

ସୁବୀରଙ୍କ ଏହି ଚୟନକୁ ନେଇ ଜିଲ୍ଲା କ୍ରିକେଟ୍ ଆସୋସିଏସନ, ମାଲକାନଗିରି ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଆଗାମୀ ଦିନରେ ସେ ନିଜର ବ୍ୟାଟିଂ ଓ ବୋଲିଂ ଦକ୍ଷତା ବଳରେ ଆହୁରି ସଫଳତା ହାସଲ କରି ମାଲକାନଗିରି ଜିଲ୍ଲା ସମେତ ଓଡ଼ିଶାର ଗୌରବ ବୃଦ୍ଧି କରିବେ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି।
📲Get App