🔥 TRENDING 35 साल पुरानी मंदिर धरोहर के पुनर्निर्... ବନ୍ୟାରେ ବୁଡ଼ିଲା ଚାଷୀଙ୍କ ସ୍ୱପ୍ନ, ପାଣିରେ... ମାଥିଲିର ଶିକ୍ଷକଙ୍କୁ ହାଇକୋର୍ଟଙ୍କ ବଡ଼ ଆଶ୍... Amritsar Pilgrims Eagerly Prepare for... जनपद में 2149 मतदान केंद्रों पर विशेष... MP Amritpal's Grandmother Buried in Ch...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ବରଗଡ଼ ଧନୁଯାତ୍ରା ପାଇଁ ୨୭ ତାରିଖରେ ହେବ କଂସ ଚୟନ ପ୍ରକ୍ରିୟା

✍️ Reporter: Deepak Mahapatra 🗓 21 Nov 2026, 03:42 PM 👁 17
Share: 💬 WhatsApp 📘 Facebook 𝕏 Post
ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ନଭେମ୍ବର ୨୭ ତାରିଖ ସକାଳ ୧୦ଟା ସମୟରେ ବରଗଡ଼ ଟାଉନ୍ ହଲ୍‌ଠାରେ ମହାରାଜ କଂସ ଚରିତ୍ରର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ସୂଚନା ରହିଛି କି ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ହୋଇଥିବା ଆବେଦନ ପ୍ରକ୍ରିୟାରେ ମୋଟ ୨୩ ଜଣ ଆଶାୟୀ କଳାକାର କଂସ ଭୂମିକା ପାଇଁ ଆବେଦନ କରିଛନ୍ତି। ଆଗାମୀ ଦୁଇ ବର୍ଷ ପାଇଁ ଜଣେ ନୂତନ କଂସ କଳାକାରଙ୍କୁ ଚୟନ କରାଯିବ। ପୂର୍ବରୁ ଥିବା ୬୦ ବର୍ଷ ବୟସ ସୀମା କଟକଣାକୁ କମିଟି ପକ୍ଷରୁ ହଟାଇ ଦିଆଯାଇଛି।

ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ୭୯ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ।
📲Get App