🔥 TRENDING मुख्यमंत्री योगी आदित्यनाथ यांनी आईच्य... अररिया के फारबिसगंज में 30 वर्षीय मनीष... दिल्ली पुलिस का बयान: सोशल मीडिया इन्फ... Danish Khan clinches Master Men Indivi... Gnana Dattu and Shaina Manimuthu clinc... PM Modi says AI cannot replace skilled...
22 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ୩୮୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି, ଜିଲ୍ଲାସ୍ତରୀୟ କାଉନସେଲିଂ ଶେଷ

✍️ Reporter: Sukumar Mandal 🗓 21 Nov 2026, 11:59 PM 👁 25
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୧ ନଭେମ୍ବର: ମାଲକାନଗିରି ଜିଲ୍ଲାର ଶିକ୍ଷକମାନଙ୍କ ପାଇଁ ଖୁସିର ଖବର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶାଙ୍କ ଆଦେଶ ସଂଖ୍ୟା ୨୦୮୩୪, ତାରିଖ ୧୦-୧୧-୨୦୨୬ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ମାଲକାନଗିରି ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୩୮୫ ଜଣ ଶିକ୍ଷକଙ୍କ ପଦୋନ୍ନତି ନିମନ୍ତେ ଜିଲ୍ଲାସ୍ତରୀୟ କାଉନସେଲିଂ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାଉନସେଲିଂରେ ୭୯ ଜଣ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ, ୧୮୬ ଜଣ କଳା ସ୍ନାତକ ଶିକ୍ଷକ ଏବଂ ୧୨୦ ଜଣ ବିଜ୍ଞାନ ସ୍ନାତକ ଶିକ୍ଷକଙ୍କୁ ପଦୋନ୍ନତି ସହ ନୂତନ କାର୍ଯ୍ୟସ୍ଥଳୀ ଭାବେ ବିଭିନ୍ନ ବିଦ୍ୟାଳୟ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସହଯୋଗ କରିଥିଲେ। ସମଗ୍ର କାଉନସେଲିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମ୍ପନ୍ନ ହୋଇଥିଲା।

ପଦୋନ୍ନତି ପାଇଥିବା ଶିକ୍ଷକମାନେ ଏଥିରେ ଖୁସି ପ୍ରକାଶ କରିବା ସହ ନୂତନ ଦାୟିତ୍ୱ ଗ୍ରହଣ କରି ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ଗୁଣବତ୍ତା ଆହୁରି ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ, ଏହି ପ୍ରକ୍ରିୟାରେ ଯେଉଁ ଶିକ୍ଷକମାନେ ପଦୋନ୍ନତି ପାଇପାରିନାହାନ୍ତି, ସେମାନଙ୍କ ମାମଲାର ପୁନର୍ବିଚାର କରାଯିବ। ଏଥିପାଇଁ ପଦୋନ୍ନତି କମିଟି ବୈଠକ ଆୟୋଜନ କରାଯାଇ ପରବର୍ତ୍ତୀ ସମୟରେ କାଉନସେଲିଂ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
📲Get App