🔥 ट्रेंडिंग 35 साल पुरानी मंदिर धरोहर के पुनर्निर्... ବନ୍ୟାରେ ବୁଡ଼ିଲା ଚାଷୀଙ୍କ ସ୍ୱପ୍ନ, ପାଣିରେ... ମାଥିଲିର ଶିକ୍ଷକଙ୍କୁ ହାଇକୋର୍ଟଙ୍କ ବଡ଼ ଆଶ୍... अमृतसर के तीर्थयात्री गुरु नानक देव जी... जनपद में 2149 मतदान केंद्रों पर विशेष... संसद अमृतपाल की दादी का शनिवार को शोकस...
21 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା; ଗତ ୨୪ ଘଣ୍ଟାରେ ଭୋଗରାଇରେ ସର୍ବାଧିକ ୧୪୩ ମିମି ବର୍ଷା ରେକର୍ଡ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ?

✍️ रिपोर्टर: Deepak Mahapatra 🗓 21 नव. 2026, 03:33 PM 👁 27
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ଅକଭାନର ଅବଶିଷ୍ଟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୪୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁସାରେ, ରାଜ୍ୟର ଗୋଟିଏ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୧୩ଟି ସ୍ଥାନରେ ଭାରୀ ବର୍ଷା ରେକର୍ଡ ହୋଇଛି।

ଭୋଗରାଇରେ ସର୍ବାଧିକ ବର୍ଷା, ଓଡ଼ଗାଁ ଦ୍ୱିତୀୟ

ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ, ଭୋଗରାଇରେ ୧୪୩ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୧୦୮.୬ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ୧୦୨ ମିମି ବର୍ଷା ହୋଇଛି।

କେଉଁଠି କେତେ ବର୍ଷା? ଜାଣନ୍ତୁ ପୂରା ତାଲିକା

ଭୋଗରାଇ (ବାଲେଶ୍ୱର): ୧୪୩ ମିମି
ଓଡ଼ଗାଁ (ନୟାଗଡ଼): ୧୦୮.୬ ମିମି
ବୁଗୁଡ଼ା (ଗଞ୍ଜାମ): ୧୦୨ ମିମି
ଜଗନ୍ନାଥ ପ୍ରସାଦ (ଗଞ୍ଜାମ): ୮୪.୬ ମିମି
ଜଳେଶ୍ୱର (ବାଲେଶ୍ୱର): ୭୬ ମିମି
ବରୀ (ଯାଜପୁର): ୭୫ ମିମି
ମହାକାଳପଡ଼ା (କେନ୍ଦ୍ରାପଡ଼ା): ୭୨ ମିମି
ନିଶ୍ଚିନ୍ତକୋଇଲି (କଟକ): ୭୧ ମିମି
ମହାକାଳପଡ଼ା (କେନ୍ଦ୍ରାପଡ଼ା ): ୭୧ ମିମି
ବିରିଡ଼ି (ଜଗତସିଂହପୁର): ୬୯ ମିମି
ସାଲେପୁର (କଟକ): ୬୯ ମିମି
ପାରାଦୀପ (ଜଗତସିଂହପୁର): ୬୭.୧ ମିମି
ବାଙ୍କୀ (କଟକ): ୬୬ ମିମି
ରାଜନଗର (କେନ୍ଦ୍ରାପଡ଼ା): ୭୦ ମିମି
ସୂଚନା ଅନୁସାରେ, ବାତ୍ୟା ଅକଭାନର ଅବଶିଷ୍ଟ ପ୍ରଭାବରେ ସୃଷ୍ଟି ହୋଇଥିବା ପାଣିପାଗ ପ୍ରଣାଳୀ ଦୁର୍ବଳ ହୋଇ ଓଡ଼ିଶା ଉପରେ ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ ଅନେକ ଜିଲ୍ଲାରେ ବର୍ଷା ରେକର୍ଡ ହୋଇଥିବା ବେଳେ ଆଗାମୀ ପାଣିପାଗ ସ୍ଥିତି ଉପରେ ନଜର ରଖିଛି ପାଣିପାଗ ବିଭାଗ।
📲Get App