🔥 ट्रेंडिंग जीटीए 6 रेडियो में गीता माइकल के ‘केयर... सिंगर नेहा जेटली ने बप्पा बी. लाहिरी क... शायना एनसी ने फोटो फाड़ने से शिवसेना म... गोंदिया पुलिस ने वर्षा तुरकर के मृत्यु... महाराष्ट्र के दूध विक्रेताओं ने 70 पैस... उत्तरी प्रदेश के आईपीएस अधिकारी को इंट...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଆସନ୍ତା ସୋମବାର ଯାଏଁ ଗୃହ ମୁଲତବୀ

✍️ रिपोर्टर: Deepak Mahapatra 🗓 20 नव. 2026, 02:09 PM 👁 32
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଆସନ୍ତା ସୋମବାର ଯାଏ ବିଧାନସଭା ମୁଲତବୀ ରହିଛି । ବାତ୍ୟା ଅକ୍ୱାନ ପାଇଁ ଶନିବାର ହେବାକୁ ଥିବା ଗୃହ କାର୍ଯ୍ୟକୁ ବାତିଲ କରାଯାଇଛି । ପରଦିନ ରବିବାର ପଡ଼ୁଥିବାରୁ ସିଧାସଳଖ ସୋମବାରଠାରୁ ଗୃହକାର୍ଯ୍ୟ ଆରମ୍ଭ ହେବ । ଏ ନେଇ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ଉଲ୍ଲେଖ ଯୋଗ୍ୟ, ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଆରମ୍ଭ କରିଦେଇଥିଲେ । ଗଞ୍ଜାମ ବନ୍ୟା ଓ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହଙ୍ଗାମା କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ସତ୍ୱେ ବିରୋଧୀ ଶାନ୍ତି ବଜାୟ ନ ରଖିବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
📲Get App