🔥 ट्रेंडिंग बहोरनपुर थाना क्षेत्र के टीकापुर गांव... પ્રાકૃતિક ખેતીથી અશોકભાઈ તડવી બન્યા આત... ગોધરામાં ખોરાક અને ઔષધ નિયમન તંત્રની મ... सयला के बवत्रा गांव की स्कूल में शिक्ष... शहीद पवन यादव के अंतिम संस्कार में हंग... ब्यावर जवाजा पंचायत समिति के वार्ड‑4 म...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ବାତ୍ୟା ‘ଅକ୍ୱାନ୍'କୁ ନେଇ ହାଇଆଲର୍ଟ; ୭୨ ହଜାର ଲୋକ ସ୍ଥାନାନ୍ତର, ୨୩ ଡ୍ୟାମ୍ ଗେଟ୍ ଖୋଲା

✍️ रिपोर्टर: Deepak Mahapatra 🗓 20 नव. 2026, 02:59 PM 👁 28
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର। ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍'କୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସଜାଗ ରଖାଯାଇଛି। ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ବ୍ୟାପକ ସ୍ଥାନାନ୍ତରଣ ଓ ଆଗୁଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

୭୨ ହଜାର ଲୋକ ସ୍ଥାନାନ୍ତର, ୯୧୦୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଏଯାବତ୍ ପ୍ରାୟ ୭୨ ହଜାର ଲୋକଙ୍କ ସହ ୯ ହଜାର ୧୦୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିପଦପୂର୍ଣ୍ଣ ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ହଟାଯାଉଛି।

ରେଳ ଚଳାଚଳ ଉପରେ କଡ଼ା ନଜର

ବାତ୍ୟାକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି। ରେଳୱେ କୋଅର୍ଡିନେସନ୍ ସେଲ୍ ଜରିଆରେ ଇଷ୍ଟ କୋଷ୍ଟ ରେଳୱେ ସମେତ ଅନ୍ୟ ରେଳୱେ ଜୋନ୍ ଓ ରେଳ ମନ୍ତ୍ରଣାଳୟ ସହ ନିୟମିତ ସମନ୍ୱୟ ରଖାଯାଇଛି। ପାଣିପାଗ ସ୍ଥିତି ଓ ସୁରକ୍ଷାକୁ ଦେଖି ଅନେକ ଟ୍ରେନ୍‌ର ସମୟ ପରିବର୍ତ୍ତନ, ବିଳମ୍ବ ଏବଂ କିଛି ଟ୍ରେନ୍ ବାତିଲ୍ କରାଯାଇଛି।

ଗୋପାଳପୁର ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ା

ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ବନ୍ଦରରେ କାର୍ଯ୍ୟରତ କର୍ମଚାରୀ, କ୍ରେନ୍ ଏବଂ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

୨୩ ଡ୍ୟାମ୍ ଗେଟ୍ ଖୋଲା, ଜରୁରୀ ସେବା ପାଇଁ ବିକଳ୍ପ ବ୍ୟବସ୍ଥା

ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ଜିଲ୍ଲାପାଳମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଡ୍ୟାମ୍‌ର ୨୩ଟି ଗେଟ୍ ଖୋଲାଯାଇଛି। ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଲେ ଯେପରି ସମସ୍ୟା ନହୁଏ, ସେଥିପାଇଁ ଡିଜି ସେଟ୍ ଓ ଅତିରିକ୍ତ ପାଣି ଟାଙ୍କିର ବ୍ୟବସ୍ଥା ମଧ୍ୟ କରାଯାଇଛି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ପ୍ରଶାସନ ପୂରା ସଜାଗ ରହିଥିବାବେଳେ ଲୋକଙ୍କ ସୁରକ୍ଷା ଓ ଜରୁରୀ ସେବାକୁ ସ୍ୱାଭାବିକ ରଖିବା ଉପରେ ସରକାରଙ୍କ ଫୋକସ୍ ରହିଛି।
📲Get App