🔥 TRENDING Tripura High Court Orders NHIDCL to Su... Captain Sanjay’s New Merchant Navy Ini... Himachal CM Sukhu Defends Minister Neg... અમરેલી-સાવરકુંડલા હાઈવે પર એસ.ટી. બસના... Himachal Pradesh: India's Pharmacy Tur... आगरा में 198 दीपों से वीरांगना रानी लक...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ସ୍ଥଳ ଭାଗ ଅତିକ୍ରମ କଲା ବାତ୍ୟା

✍️ Reporter: Deepak Mahapatra 🗓 20 Nov 2026, 01:03 PM 👁 31
Share: 💬 WhatsApp 📘 Facebook 𝕏 Post
ଗୋପାଳପୁର ନିକଟରୁ ସ୍ଥଳ ଭାଗ ଅତିକ୍ରମ କଲା ବାତ୍ୟା 'ଅକୱାନ'। ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗରେ ପବନ ହେଉଛି। ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିମି ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ ବାତ୍ୟାର କେନ୍ଦ୍ରସ୍ଥଳ ଉପକୂଳ ଅତିକ୍ରମ କରିସାରିଲାଣି। ତେବେ ଏହାର ପଛ ଭାଗ ଏବେ ବି ସମୁଦ୍ର ଉପରେ ରହିଛି। ପୂରା ସ୍ଥଳଭାଗ ଅତିକ୍ରମ କରିବାକୁ ଆଉ ୨ ଘଣ୍ଟା ଲାଗିପାରେ।

ଏହି ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି। ତା'ପରେ ମଧ୍ୟରାତ୍ରରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ବାତ୍ୟା 'ଅକୱାନ' ପ୍ରଭାବରେ ଗତ ୨୪ ଘଣ୍ଟାରେ ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୨୦୯ କିମି ବର୍ଷା ହୋଇଥିବା ବେଳେ ହିଞ୍ଜିଳିକାଟୁରେ ୨୦୬, ଚିକିଟିରେ ୧୯୯, ଗୋପାଳପୁରରେ ୧୮୯, ପୁରୁଷୋତ୍ତମପୁରରେ ୧୭୫, କୁକୁଡ଼ାଖଣ୍ଡିରେ ୧୬୩, ଛତ୍ରପୁର ୧୩୯, ଭଞ୍ଜନଗରରେ ୧୩୩ ଓ ଦିଗପହଣ୍ଡିରେ ୧୩୨ ତିମି ରେକର୍ଡ କରାଯାଇଛି।
📲Get App