🔥 TRENDING धारदार हथियार कुल्हाड़ी से एक लड़के की... केरल के कोट्टक्कल में महाल मेला शुरू Kashmir updates गोपालगंज में रबी फसल के लिए 1.26 लाख ह... Karnataka to Launch App to Stop Reuse... Udaipur Trains to Halt Until Dec 28; J...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଓଡ଼ିଶା ପାଇଁ ୨୪,୧୫୦ କୋଟିର ସପ୍ଲିମେଣ୍ଟାରୀ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ; ସୁଭଦ୍ରାଠୁ ଅନ୍ନପୂର୍ଣ୍ଣା, ଶିକ୍ଷାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବଡ଼ ଘୋଷଣା

✍️ Reporter: Deepak Mahapatra 🗓 19 Nov 2026, 11:59 AM 👁 18
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ନୂଆ ଗତି ଦେବାକୁ ବଡ଼ ଆର୍ଥିକ ପଦକ୍ଷେପ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅତିରିକ୍ତ ବଜେଟ୍‌ରେ ମହିଳା, ଚାଷୀ, ଛାତ୍ରଛାତ୍ରୀ, ଆଦିବାସୀ ଓ ସାମାଜିକ ସୁରକ୍ଷା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

କେଉଁ କ୍ଷେତ୍ରକୁ କେତେ ଟଙ୍କା?

ମୋଟ ୨୪,୧୫୦ କୋଟି ଟଙ୍କା ମଧ୍ୟରୁ ୧୭,୯୯୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ଏବଂ ଅବଶିଷ୍ଟ ଅର୍ଥ ପ୍ରଶାସନିକ ବ୍ୟୟ ପାଇଁ ରଖାଯାଇଛି।

ଜନଜାତି ଉପଯୋଜନା ପାଇଁ ୩,୭୬୫ କୋଟି।
ଅନୁସୂଚିତ ଜାତି ଉପଯୋଜନା ପାଇଁ ୨,୬୪୬ କୋଟି।
ଭିତ୍ତିଭୂମି ବିକାଶ ପାଇଁ ୨,୩୫୯ କୋଟି।
ସ୍ୱାସ୍ଥ୍ୟସେବା ପାଇଁ ୧,୨୪୬ କୋଟି।
ମହିଳା ସଶକ୍ତୀକରଣ ପାଇଁ ୧,୨୪୭ କୋଟି।
ଚାଷୀଙ୍କ କଲ୍ୟାଣ ପାଇଁ ୧,୬୦୬ କୋଟି।
ଶିକ୍ଷା କ୍ଷେତ୍ର ପାଇଁ ୧,୭୧୫ କୋଟି।
ସୁଭଦ୍ରା ଓ ଅନ୍ନପୂର୍ଣ୍ଣା ଯୋଜନାକୁ ବଡ଼ ଅନୁଦାନ

ମହିଳା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ବଡ଼ ଅର୍ଥ ବ୍ୟବସ୍ଥା କରିଛନ୍ତି। ସୁଭଦ୍ରା ଯୋଜନା ପାଇଁ ୫୫୦ କୋଟି ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ୮,୩୧୨ କୋଟି ଟଙ୍କା ରଖାଯାଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୬୯୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

KGରୁ PG ଯାଏଁ ମାଗଣା ଶିକ୍ଷା

ଶିକ୍ଷା କ୍ଷେତ୍ରରେ ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ଯୋଜନା ପାଇଁ ୪୮୫ କୋଟି ଟଙ୍କା ଦିଆଯାଇଛି। ଏହାବ୍ୟତୀତ PM SHRI ସ୍କୁଲ୍ ପାଇଁ ୩୦୭ କୋଟି, STARS ଯୋଜନା ପାଇଁ ୨୯୦ କୋଟି ଏବଂ ସମଗ୍ର ଶିକ୍ଷା ପାଇଁ ୨୭୧ କୋଟି ଟଙ୍କା ରଖାଯାଇଛି।

ଚାଷୀଙ୍କ ପାଇଁ ବଡ଼ ଆର୍ଥିକ ସହାୟତା

ଚାଷୀଙ୍କ କଲ୍ୟାଣ ପାଇଁ ମୋଟ ୧,୬୦୬ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସମୃଦ୍ଧ କୃଷକ ଯୋଜନାରେ ୩୮୦ କୋଟି, ଶ୍ରୀଅନ୍ନ ଅଭିଯାନରେ ୧୨୦ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୯୦ କୋଟି ଏବଂ ଫସଲ ଋଣ ସୁଧ ରିହାତି ପାଇଁ ୭୦ କୋଟି ଟଙ୍କା ଦିଆଯାଇଛି।

ସ୍ୱାସ୍ଥ୍ୟ, ରେଳ ଓ ଭିତ୍ତିଭୂମିକୁ ଗୁରୁତ୍ୱ

ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୩୧୬ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୫୦୦ କୋଟି ଏବଂ ଶିଶୁ କର୍କଟ ଚିକିତ୍ସା ସୁବିଧା ପାଇଁ ୩୫ କୋଟି ଟଙ୍କା ରଖାଯାଇଛି। ନୂଆ ରେଳପଥ ପାଇଁ ଜମି ଅଧିଗ୍ରହଣ ବାବଦରେ ୫୫୦ କୋଟି ଟଙ୍କା ଦିଆଯାଇଛି। ଏହାବ୍ୟତୀତ ବିପର୍ଯ୍ୟୟ ପରିଚାଳନା ପାଇଁ ୫,୧୦୦ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ପାଇଁ ୨୫ କୋଟି ଟଙ୍କା ରଖାଯାଇଛି।

ସରକାରଙ୍କ ଅନୁସାରେ, ଏହି ଅତିରିକ୍ତ ବଜେଟ୍ ଆର୍ଥିକ ଦାୟିତ୍ୱ ଓ ବଜେଟ୍ ପରିଚାଳନା (FRBM) ନିୟମ ଅନୁସାରେ ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ରାଜ୍ୟର ରାଜସ୍ୱ ବଳକା ବଜାୟ ରହିବା ସହ ଆର୍ଥିକ ନିଅଣ୍ଟ GSDPର ପ୍ରାୟ ୩ ପ୍ରତିଶତ ମଧ୍ୟରେ ରଖିବାର ଲକ୍ଷ୍ୟ ରହିଛି।
📲Get App