🔥 TRENDING Herbal Remedy for Alcohol Addiction Cl... EOU raids four properties of Bajpatti... Madhya Pradesh High Court Quashes Deva... ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ କଲେ ଅତ... 100‑kg Safe Found in Indore’s Lalbagh... ବାତ୍ୟା ଆଲର୍ଟ: ରାଜ୍ୟର ୮ ଜିଲ୍ଲାରେ ସ୍କୁଲ୍...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ‘ଅକଭାନ୍’ ପାଇଁ ହାଇଆଲର୍ଟରେ ଓଡ଼ିଶା ପୋଲିସ, ୭ ଜିଲ୍ଲାରେ ୧୮ ଓଡ୍ରାଫ୍ ଟିମ୍ ମୁତୟନ

✍️ Reporter: Deepak Mahapatra 🗓 19 Nov 2026, 11:53 AM 👁 23
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’। ଦିଗ ବଦଳାଇ ଓଡ଼ିଶା ଅଭିମୁଖେ ମୁହାଁଇଛି ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼। ‘ଅକଭାନ୍’ର ମୁକାବିଲା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟାର ପ୍ରଭାବ ଆଶଙ୍କା ଥିବା କେନ୍ଦ୍ରାଞ୍ଚଳର ୭ଟି ଜିଲ୍ଲାରେ ପୋଲିସ ବାହିନୀକୁ ସଜାଗ ରଖାଯାଇଛି। ଏଥିସହ ୧୮ଟି ଓଡ୍ରାଫ୍ ଟିମ୍‌କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀକୁ ରେଡ୍ ଜୋନ୍‌ ଭାବେ ଚିହ୍ନଟ କରାଯାଇଥିବାରୁ ଏହି ଜିଲ୍ଲାଗୁଡ଼ିକ ଉପରେ ବିଶେଷ ନଜର ରଖାଯାଇଛି। ବିପଦସଙ୍କୁଳ ଓ ଜଳବନ୍ଦୀ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପ୍ରକ୍ରିୟାରେ ପୋଲିସ ପ୍ରଶାସନକୁ ସହଯୋଗ କରିବ। ଏଥିସହ ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ, ଟ୍ରାଫିକ୍ ନିୟନ୍ତ୍ରଣ ଓ ଉପକୂଳ ଅଞ୍ଚଳର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

ବାତ୍ୟା ସମୟରେ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ସମସ୍ତ ଥାନା ଓ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ୨୪ ଘଣ୍ଟିଆ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି। ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଯେକୌଣସି ଜରୁରୀ ସୂଚନା ମିଳିବା ମାତ୍ରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିବେ।

ଡିଜିପିଙ୍କ ମାର୍ଗଦର୍ଶନରେ ଆଇଜି, କେନ୍ଦ୍ରାଞ୍ଚଳଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି। ବାତ୍ୟା ମୁକାବିଲାରେ ‘ମିଶନ ଜିରୋ କାଜୁଆଲିଟି’କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଲୋକଙ୍କ ଜୀବନ ରକ୍ଷା ସହ ଧନଜୀବନ କ୍ଷୟକ୍ଷତିକୁ ଯଥାସମ୍ଭବ କମାଇବା ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଉଛି।

ଏହି ସମୟରେ ଜନସାଧାରଣଙ୍କୁ ଅଯଥାରେ ଘରୁ ବାହାରକୁ ନଯିବା, ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ଜରୁରୀ ପରିସ୍ଥିତି କିମ୍ବା ସହାୟତା ଆବଶ୍ୟକ ହେଲେ ତୁରନ୍ତ ୧୧୨ ନମ୍ବରକୁ କଲ୍ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ‘ଅକଭାନ’ ନିଜର ଦିଗ ବଦଳାଇ ଓଡ଼ିଶା ଅଭିମୁଖେ ମାଡ଼ି ଆସୁଛି। ତେବେ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ବାନ୍ୟା ଆନ୍ଧ୍ର ପ୍ରଦେଶର ନର୍ସାପୁର-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ବାତ୍ୟା ‘ଅକଭାନ’ ୯ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମବ ଦିଗରେ ଆଗକୁ ବଢୁଛି। ବର୍ତ୍ତମାନ ଏହା କଳିଙ୍ଗପାଟନମଠାରୁ ୫୪୦ କିମି ଦୂରରେ ରହିଛି। ସେହିପରି ଗୋପାଳପୁରଠାରୁ ୬୩୦ କିମି ଏବଂ ପୁରୀରୁ ୬୯୦ କିମି ଦୂରରେ ରହିଛି।
📲Get App