🔥 ट्रेंडिंग पुण्यात टिंबर मार्केटमध्ये मध्यरात्री... रामायण अब तक 1,500 करोड़ रुपये की सीमा... रनबीर कपूर की 'रामायण' ने दिन 13 पर धु... मिज़ोरम बोर्ड ने 2027 की डाइट शीट जारी... मिज़ोराम ने तीन रातों के टूरिस्ट पैकेज... अरुणाचल प्रदेश के नाहरलगुन में जनगणना...
18 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଶାଳକଙ୍କୁ ମାରିଥିବା ଭିଣୋଇକୁ ଆଜୀବନ କାରାଦଣ୍ଡାଦେଶ

✍️ रिपोर्टर: Deepak Mahapatra 🗓 18 नव. 2026, 11:14 AM 👁 24
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱରର ଚନ୍ଦକା ଥାନା ମେଣ୍ଢାଶାଳରେ ୨୦୨୪ ଅକ୍ଟୋବର ମାସରେ ଘଟିଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଲକ୍ଷ୍ମୀଧର ଦାସଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହା ସହିତ ତାଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଅଦାଲତ। ଜୋରିମାନା ନଦେଲେ ସେ ଆହୁରି ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବେ।
ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ୨୦୨୪ ଅକ୍ଟୋବର ମାସ ୨୪ ତାରିଖ ରାତି ପ୍ରାୟ ୧ଟା ୧୫ ମିନିଟ୍‌ରେ ଲକ୍ଷ୍ମୀଧର ତାଙ୍କ ଶାଳକ ପ୍ରଶାନ୍ତ ବିଶ୍ୱାଳଙ୍କ ଘରେ ପହଞ୍ଚି ଗେଟ୍ ବାଡ଼େଇଥିଲେ। ପ୍ରଶାନ୍ତଙ୍କ ପୁଅ ବାସୁଦେବ ବିଶ୍ୱାଳ ଗେଟ୍ ଖୋଲିଥିଲେ। ସେ ଗେଟ୍ ଖୋଲିବା ମାତ୍ରେ ପ୍ରଶାନ୍ତ ଘର ଭିତରକୁ ପଶି ପାଟିତୁଣ୍ଡ କରିଥିଲେ। ସେ ସିଧାଳସଳଖ ପ୍ରଶାନ୍ତଙ୍କ ଶୋଇବା ଘରକୁ ପଶି ଏକ ଛୁରୀରେ ଆକ୍ରମଣ କରିଥିଲେ।

ପାଟିତୁଣ୍ଡ ଶୁଣି ଘରର ଉପର ମହଲାରେ ଶୋଇଥିବା ଲକ୍ଷ୍ମୀଧରଙ୍କ ପତ୍ନୀ, ପୁଅ, ବୋହୂ ଓ ମୃତ ପ୍ରଶାନ୍ତଙ୍କ ଅନ୍ୟ ଜଣେ ପୁଅ ଶୁଭମ ତଳକୁ ଦୌଡ଼ି ଆସିଥିଲେ। ସେମାନେ ଲକ୍ଷ୍ମୀଧରଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। ହେଲେ ସେ ଉକ୍ତ ଛୁରୀରେ ନିଜ ପୁଅ ରବିନାରାୟଣ ସହିତ ଦୁଇ ପୁତୁରାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଆକ୍ରମଣରେ ପୁଅ ରବିନାରାୟଣ ଓ ପୁତୁରା ବାସୁଦେବ ଗୁରୁତର ଆହତ ହୋଇଥିଲେ। ସେମାନଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେମାନଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗ ପାଇବା ପରେ ଚନ୍ଦକା ଥାନା ପୁଲିସ ଲକ୍ଷ୍ମୀଧରଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଥିଲା।
ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ପରିସ୍ଥିତିଗତ ପ୍ରମାଣକୁ ଅନୁଧ୍ୟାନ କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଅଦାଲତ ଆଜି ଲକ୍ଷ୍ମୀଧର ଦାସଙ୍କୁ ବିଏନଏସର ଏକାଧିକ ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶ ଶୁଣାଇଥିଲେ। ବିଏନଏସର ଧାରା ୧୦୩-୧ (ହତ୍ୟା ଅପରାଧ)ରେ ଲକ୍ଷ୍ମୀଧରଙ୍କୁ ଆଜୀବନ କାରାଦଣ୍ଡ ଏବଂ ୨୦,୦୦୦ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅନାଦେୟ କ୍ଷେତ୍ରରେ ଅତିରିକ୍ତ ୬ ମାସର ସଶ୍ରମ କାରାଦଣ୍ଡ ଆଦେଶ ଦିଆଯାଇଛି। ସେହିପରି ବିଏନଏସ ର ଧାରା ୧୧୮-୨ (ମାରଣାସ୍ତ୍ରରେ ଗୁରୁତର ଆଘାତ କରିବା) ଅପରାଧ ପାଇଁ କୋର୍ଟ ତାଙ୍କୁ ୮ ବର୍ଷର ସଶ୍ରମ କାରାଦଣ୍ଡ ସଜ୍ଜା ଶୁଣାଇଛନ୍ତି।ୟ

ସୂଚନାଯୋଗ୍ୟ ଯେ, ଗତବର୍ଷ ୧୦୦ରୁ ଅଧିକ ମାମଲାରେ ଦୋଷୀମାନଙ୍କୁ ସଜ୍ଜା ଦିଆଯାଇଥିବା ବେଳେ, ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ଚଳିତ ବର୍ଷର ଏହା ହେଉଛି ୧୨୮ ତମ ମାମଲା ।
📲Get App