🔥 TRENDING BJP Criticizes Rahul Gandhi for Remark... India, Pakistan Urged to Join Forces o... The Quint Explores Why Indian Politics... India vs New Zealand Test 1: Live TV a... Australia vs England ODI 3 in Hobart:... Ranbir Kapoor-Yash's 'Ramayana' Surpas...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଏହି ଜିଲ୍ଲାରେ ୨ ଦିନ ସ୍କୁଲ, କଲେଜ ଛୁଟି ଘୋଷଣା

✍️ Reporter: Deepak Mahapatra 🗓 18 Nov 2026, 11:13 AM 👁 21
Share: 💬 WhatsApp 📘 Facebook 𝕏 Post
ମାଲକାନଗିରିରେ ୨ ଦିନ ପାଇଁ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୧୯ ଓ ୨୦ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ/ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ୍‌ ଏବଂ କଲେଜଗୁଡ଼ିକ ବନ୍ଦ ରହିବ। ସେହିପରି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ।
ଆସୁଥିବା ବାତ୍ୟା ପ୍ରଭାବରେ ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ହୋଇପାରେ। ପ୍ରବଳ ବର୍ଷା କାରଣରୁ ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ। ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନିଆଯାଇଛି।
ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ, କଲେଜଗୁଡ଼ିକ ବନ୍ଦ ରହିଲେ ବି ଶିକ୍ଷକ, ଶିକ୍ଷୟିତ୍ରୀ/ଅଧ୍ୟାପକ, ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିବେ। ଆବଶ୍ୟକ ହେଲେ ସେମାନଙ୍କୁ ରିଲିଫ୍ ଓ ପୁନଃଥଇଥାନ କାର୍ଯ୍ୟରେ ନିୟୋଜିତ କରାଯାଇପାରେ ବୋଲି ଜିଲ୍ଲାପାଳଙ୍କ ତରଫରୁ ଜାରିହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ସେହିପରି ମାଲକାନଗିରି ଜିଲ୍ଲାରେ ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ତହସିଲଦାର ଓ ବିଡିଓମାନଙ୍କୁ ମୁଖ୍ୟାଳୟ ଛାଡ଼ିବାକୁ ବାରଣ କରାଯାଇଛି। କୌଣସି କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେନି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏହା ଭିତରେ ସାମ୍ନାକୁ ଆସିଛି ସମ୍ଭାବ୍ୟ ବାତ୍ୟାର ନୂଆ ଗତିପଥ। ଓଡ଼ିଶା ଛୁଇଁପାରେ ଏହାର ବାହ୍ୟ ବଳୟ। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ସ୍ପର୍ଶ କରିପାରେ ସମ୍ଭାବ୍ୟ ବାତ୍ୟା। ଆନ୍ଧ୍ରର ନେଲୋର ଓ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍‌ ସତ୍ତ୍ୱେ ଓଡ଼ିଶାରେ ରହିବ ପ୍ରଭାବ। ଗଭୀର ଅବପାତ ଅବସ୍ଥାରେ ଏହା ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି।
୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଠାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
📲Get App