🔥 TRENDING J&K Government Transfers 33 Executive... Sunil Calls on S-VYASA to Expand Yoga... J&K Police Arrest Punjab Narco‑Traffic... Proposed VELS Medical College to be Es... योगापट्टी की दस पंचायतों में 7 घंटे बि... હિંમતનગરમાં ઘરફોડ ચોરીમાં ₹44,10,518 ન...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ବଢ଼ୁଛି ବିମାନ ଯାତ୍ରୀଙ୍କ ସଂଖ୍ୟା, ଆହୁରି ୧୦୦୦ ବିମାନ କିଣିବ ଭାରତ

✍️ Reporter: Deepak Mahapatra 🗓 17 Nov 2026, 12:31 PM 👁 25
Share: 💬 WhatsApp 📘 Facebook 𝕏 Post
ଭାରତରେ ବଢ଼ୁଥିବା ବିମାନ ଚାହିଦା ଅନୁସାରେ ବିମାନ ସଂଖ୍ୟାରେ ପ୍ରଚୁର ଅଭାବ ରହିଛି । ଯେଉଁଥିପାଇଁ ଭାରତ ପୁଣି ୧୦୦୦ ବିମାନ କିଣିବାକୁ ଯୋଜନା କରିଛି । କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ସୋମବାର ମିସ୍ର ରାଜଧାନୀ କାହିରାରେ ଏକ କାର‌୍ୟ୍ୟକ୍ରମରେ କହିଛନ୍ତି ଯେ ଭାରତକୁ ୨୦୦୦ରୁ ଅଧିକ ବିମାନର ଆବଶ୍ୟକତା ରହିଛି । ତେଣୁ ପୂର୍ବରୁ ଭାରତ ୧୨୦୦ ବିମାନ କିଣିବାକୁ ଅର୍ଡର୍ ଦେଇଛି ଏବଂ ଆହୁରି ୧୦୦୦ ବିମାନ କିଣିବାକୁ ଯୋଜନା କରାଯାଉଛି । ଏଥିପାଇଁ ବିମାନ ନିର୍ମାଣ କମ୍ପାନୀ ସହିତ ଆଲୋଚନା ଜାରି ରହିଥିବାବେଳେ ଖୁବଶୀଘ୍ର ନିଷ୍ପତି ହେବା ନେଇ କେନ୍ଦ୍ର ମନ୍ତ୍ରୀ ଗୋଏଲ କହିଛନ୍ତି । ବିମାନ ମିଳିବା ପରେ ଭାରତ ଏବଂ ମିସର ମଧ୍ୟରେ ଯୋଗା ଯୋଗ ବୃଦ୍ଧି ଘଟିବ । ବର୍ତ୍ତମାନ ଭାରତ ଓ ମିସ୍ର ମଧ୍ୟରେ ଇଜିପ୍ଟ ଯୋଗାଯୋଗ ସ୍ଥାପନ କରୁଛି । ଅଧିକ ସଂଖ୍ୟାରେ ବିମାନ ଉପଲବ୍ଧ ହେଲେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ସୁଗମ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଏୟାରବସ କମ୍ପାନୀରୁ ଆକଳନ ଅନୁସାରେ, ୨୦୩୫ ସୁଦ୍ଧା ଭାରତକୁ ୨୨୫୦ଟି ବିମାନର ଆବଶ୍ୟକତା ରହିଛି । ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ବିମାନ ଯାତ୍ରୀ ସଂଖ୍ୟା ବର୍ଷକୁ ୮.୯ ପ୍ରତିଶତ ହାରରେ ବୃଦ୍ଧି ପାଇବ । ତେଣୁ ଏଥିପାଇଁ ସରକାରଙ୍କୁ ପୂର୍ବ ପ୍ରସ୍ତୁତି କରିବାକୁ ପଡ଼ିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ କହିଥିଲେ ଯେ ଭାରତର ୧୭୦୦ ବିମାନ ଅର୍ଡର୍ ଏବେବି ବିଳମ୍ବିତ ହୋଇ ରହିଛି । ଯେଉଁ ଅର୍ଡର୍ ଆସିବାରେ ପ୍ରାୟ ୧୫ ବର୍ଷ ସମୟ ଲାଗିପାରେ ।
📲Get App