🔥 TRENDING Online Voting Begins for Zee Keralam K... Netizens Claim Pakistan’s Got Latent M... Lauren Sánchez Calls Her Bell 429 Heli... ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କ... Gorkhaland Demand: GNSS Leader to Begi... National Press Day 2026 Marked with Ce...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Lifestyle

ଘରକୁ ଫେରିଲେ କୁକୁର ମାଂସ ଖାଇଥିବା ଯୁବକ, କ୍ରିକେଟ ଖେଳ ଉଜାଡ଼ି ଦେଇଛି ସବୁ କିଛି

✍️ Reporter: Deepak Mahapatra 🗓 17 Nov 2026, 12:01 PM 👁 19
Share: 💬 WhatsApp 📘 Facebook 𝕏 Post
ଶେଷରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ରାସ୍ତା କଡ଼ରେ କୁକୁର ମାଂସ ଖାଉଥିବା ଯୁବକ। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ସମ୍ବଲପୁରରୁ ତାଙ୍କ ଘର ଝାରଖଣ୍ଡକୁ ପଠାଯାଇଛି।
ଦେଢ଼ ମାସ ପରେ ପୁଅକୁ ସମ୍ବଲପୁରରେ ପାଇ ପରିବାର ଲୋକ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଆଉ ତାଙ୍କୁ ସାଙ୍ଗରେ ନେବା ବେଳେ ତାଙ୍କ ଜୀବନର ସଂଘର୍ଷ ଓ ଅତୀତର କଳାକାହାଣୀ ବଖାଣିଛନ୍ତି ବାପା। କେମିତି କ୍ରିକେଟ ଖେଳ ତାଙ୍କ ପୁଅର ସବୁ ସ୍ୱପ୍ନକୁ ଛାର କରି ଦେଇଥିଲା, ସେକଥା ଶୁଣିଲେ ଆପଣ ଆଖି ମଧ୍ୟ ଛଳଛଳ ହୋଇଯିବ।
ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢ଼ି ବଡ଼ ଚାକିରି କରିବାର ସ୍ୱପ୍ନ ଦେଖିଥିଲେ ଯୁବକ। ହେଲେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେବା ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ଏବେ ସେ ପୁଣି ନିଜ ଅସଜଡ଼ା ଜୀବନକୁ ସଜାଡ଼ିବେ ବୋଲି ପରିବାର ଲୋକ ଆଶା କରିଛନ୍ତି।
ନଭେମ୍ବର ୧୩ ତାରିଖରେ ସମ୍ବଲପୁରର ମାନେଶ୍ୱର ନିକଟ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଜଣେ ଯୁବକ ମଲା କୁକୁର ମାଂସ ଖାଉଥିବା ଭଳି ବିଚଳିତ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା। ଏବେ ଯୁବକଙ୍କ ପ୍ରକୃତ ପରିଚୟ ସାମ୍ନାକୁ ଆସିଛି। କାହିଁକି ସେ ଏପରି କୁକୁର ମାଂସ ଖାଉଥିଲେ, ତା’ର ଗୁମର ମଧ୍ୟ ଫିଟିଛି।
ଉକ୍ତ ଯୁବକଙ୍କ ନାଁ ତୋହିଦ ଆଲାମ। ତାଙ୍କ ଘର ଝାରଖଣ୍ଡର ରାଞ୍ଚିରେ। ନଭେମ୍ବର ୧୩ରେ ତାଙ୍କୁ ରାଜପଥ କଡ଼ରେ ଦେଖିଥିବା ସ୍ଥାନୀୟ ଲୋକେ ପରଦିନ ନକ୍ସାପାଲି ଛକ ନିକଟରୁ ଉଦ୍ଧାର କରିଥିଲେ। ପରେ ପୁଲିସ ତାଙ୍କୁ ବଇଜାମୁଣ୍ଡାସ୍ଥିତ ଥଇଥାନ କେନ୍ଦ୍ରକୁ ନେଇଥିଲା।
ତେବେ ତୋହିଦ କଥା କହିବାକୁ ଅସମର୍ଥ ଥିଲେ ମଧ୍ୟ ତାଙ୍କର ଗୋଟିଏ କଥା ମନେ ଥିଲା। ତାହା ହେଉଛି ବାପାଙ୍କ ମୋବାଇଲ ନମ୍ବର। ସେହି ନମ୍ବର ଆଧାରରେ ପରିବାର ସହ ଯୋଗାଯୋଗ କରିବା ସମ୍ଭବ ହୋଇଥିଲା।
ଆଉ ଏବେ ପରିବାର ଲୋକ ସମ୍ବଲପୁରରେ ପହଞ୍ଚି ପୁଅ ତୋହିଦଙ୍କୁ ନିଜ ସହ ନେଇଛନ୍ତି। ମାନସିକ ଅସୁସ୍ଥତାର ଶିକାର ତୋହିଦ ପାଗଳ ନୁହନ୍ତି। ତାଙ୍କର ବି ଅଛି ପରିବାର, ବାପା, ମାଆ, ଭାଇ ଓ ଭଉଣୀ। ସେ ଜଣେ ଗ୍ରାଜ୍ୟୁଏଟ। ଡିଗ୍ରୀ ହାସଲ ପରେ ତାଙ୍କର ଇଚ୍ଛା ଥିଲା ହୋଟେଲ ମ୍ୟାନେଜମେଣ୍ଟ ପଢ଼ିବେ।
ହୋଟେଲରେ ମ୍ୟାନେଜର ଚାକିରି କରିବେ। ହେଲେ ସବୁ ସ୍ୱପ୍ନ ଅଧାରେ ରହିଗଲା। ହଠାତ୍ ମାନସିକ ଅସୁସ୍ଥତାର ଶିକାର ହେଲେ ତୋହିଦ। ପରିବାର ଲୋକେ ତାଙ୍କୁ ରାଞ୍ଚି ମାନସିକ ଚିକିତ୍ସାଳୟକୁ ନେଲେ। ସେଠାରେ ଚିକିତ୍ସା ହେଲା। ଔଷଧ ଖାଇବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ।
କିନ୍ତୁ ପରେ ପୁଣି କିଛି ଦିନ ପରେ ଫେରିଲା ମାନସିକ ଅସୁସ୍ଥତା। ଘର ଛାଡ଼ି ଏଣେତେଣେ ବୁଲିଲେ ତୋହିଦ। ଏସବୁ ଭିତରେ ପ୍ରାୟ ୧୦ ବର୍ଷ ବିତିଗଲାଣି। ଏହା ପୂର୍ବରୁ ମଧ୍ୟ ଥରେ ଦୁଇଥର ତୋହିଦ କେଉଁ ଆଡ଼େ ଚାଲି ଯାଇଥିଲେ। କିନ୍ତୁ ସେ ଆପେଆପେ ପରେ ଘରକୁ ଫେରି ଆସୁଥିଲେ।
ହେଲେ ଏଥର ଦେଢ଼ ମାସ ଧରି ତାଙ୍କର କୌଣସି ଖୋଜଖବର ନଥିଲା। ସମ୍ବଲପୁରରେ ତୋହିଦଙ୍କୁ ଠାବ କରାଯାଇଥିବା ଖବର ପାଇବା ପରେ ତୋହିଦଙ୍କ ବାପା ମହମ୍ମଦ ଜମିରୁଦ୍ଦିନ ଆଶ୍ୱସ୍ତ ହୋଇଛନ୍ତି।
ତୋହିଦଙ୍କ ଭଳି ରାଜମିସ୍ତ୍ରୀ ଭାବେ କାମ କରୁଥିବା ତାଙ୍କ ବାପା ମଧ୍ୟ ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ପୁଅ ପାଠ ପଢ଼ିବ, ବଡ଼ ଚାକିରି କରିବ ଓ ପରିବାରର ଦୁଃଖ ଦୂର କରିବ। କିନ୍ତୁ ପୁଅର ଏଭଳି ଅବସ୍ଥାକୁ ନେଇ ଭାଙ୍ଗି ପଡ଼ିଛନ୍ତି ବାପା ଜମିରୁଦ୍ଦିନ। ପୁଅର ଏପରି ଅବସ୍ଥା ପାଇଁ ସେ କ୍ରିକେଟ ଖେଳକୁ ଦାୟୀ କରିଛନ୍ତି।
ତାଙ୍କ କହିବା କଥା ଯେ ପିଲାଦିନେ ତୋହିଦ କ୍ରିକେଟ ଖେଳୁଥିଲେ। ଏହି ସମୟରେ ତାଙ୍କ ମୁଣ୍ଡରେ ଲାଗିଥିବା ବଡ଼ ଆଘାତ। ଏଥିଯୋଗୁ ବେଶ କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ। ସେତେବେଳେ ପରିବାର ଲୋକ ତାଙ୍କର ଚିକିତ୍ସା ମଧ୍ୟ କରିଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଯାଇଥିଲେ। ତାଙ୍କର କୌଣସି ମାନସିକ ସମସ୍ୟା ବି ଦେଖାଯାଇ ନଥିଲା।
କିନ୍ତୁ ବିଏ ପାସ କରିବା ପରେ ତୋହିଦଙ୍କ ମାନସିକ ରୋଗ ବାହାରିଥିଲେ। ଡାକ୍ତର ପରୀକ୍ଷା କରି ତୋହିଦଙ୍କ ମସ୍ତିଷ୍କରେ ଶିରା ଚାପି ହୋଇଯାଇଥିବା କଥା କହିଥିଲେ। ତେଣୁ ପରିବାର ଲୋକ ପିଲାଦିନର ସେହି କ୍ରିକେଟ ଖେଳର ଆଘାତ ଯୋଗୁ ଏପରି ହୋଇଥିବା କହୁଛନ୍ତି। କାରଣ ପରିବାରରେ ପୂର୍ବରୁ କାହାର ଏଭଳି ସମସ୍ୟା ନଥିବାରୁ ଏହା ବଂଶଗତ ବୋଲି ସେ କହିଛନ୍ତି।
ପେସାରେ ଜମିରୁଦ୍ଦିନ ରାଜମିସ୍ତ୍ରୀ ହୋଇଥିବା ହୋଇଥିବାରୁ ପୁଅ ବଡ଼ ଚାକିରି କରୁ ବୋଲି ଆଶା ରଖିଥିଲେ। ହେଲେ ତାଙ୍କର ସବୁ ଆଶା ଏବେ ମଉଳି ଯାଇଛି। ତଥାପି ସେ ହାର ମାନିନାହାନ୍ତି। ନିଜେ ବଞ୍ଚିଥିବା ପର୍ଯ୍ୟନ୍ତ ପୁଅର ଯତ୍ନ ନେବେ।
ଚିକିତ୍ସା କରାଇବେ ଓ ସୁସ୍ଥ ହେଲେ ତାଙ୍କୁ କୌଣସି ଛୋଟମୋଟ କାମରେ ନିଯୁକ୍ତି ଦେବେ ବୋଲି ଆଶା ରଖିଛନ୍ତି। ଜମିରୁଦ୍ଦିନ ଆବଶ୍ୟକ କାଗଜପତ୍ର ଦାଖଲ କରି ପୁଅକୁ ନିଜ ସାଙ୍ଗରେ ନେଇଛନ୍ତି। ବାପାଙ୍କୁ ତୋହିଦ ମଧ୍ୟ ଚିହ୍ନିବାକୁ ସକ୍ଷମ ହୋଇଛନ୍ତି।
📲Get App