🔥 TRENDING West Bengal Sees 5 Police Shootings in... ದೇವದುರ್ಗದಲ್ಲಿ ರೈತರ ನೀರಿಗಾಗಿ ಹೋರಾಟಕ್ಕೆ... बाराबंकी में सांता ग्लोबल रजा का उर्स... Bihar husband discovers wife's affair;... News On AIR Delivers Breaking News Upd... ଦିଲ୍ଲୀରେ କ୍ରମାଗତ ୫ମ ଦିନ ପାଇଁ ଶସ୍ତା ହେଲ...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବରଗଡ଼ ଗୁରୁଦ୍ୱାରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

✍️ Reporter: Deepak Mahapatra 🗓 17 Nov 2026, 12:16 PM 👁 25
Share: 💬 WhatsApp 📘 Facebook 𝕏 Post
ବରଗଡ଼ ସହରର ବ୍ୟସ୍ତବହୁଳ ଗୁରୁଦ୍ୱାରା ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗୁରୁଦ୍ୱାରା ଛକ ନିକଟସ୍ଥ ମନ୍ଦିରପଡ଼ାର ରଞ୍ଜନ ବୋଲି ଜଣାପଡ଼ିଛି। ତାଙ୍କ ବୟସ ପ୍ରାୟ ୫୦ରୁ ୫୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ତିନି ଜଣ ବସିଥିବା ଏକ ମୋଟରସାଇକେଲ ରଞ୍ଜନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅନ୍ୟପକ୍ଷରେ, ବରଗଡ଼ ସହରର ଏକ ପ୍ରମୁଖ ଛକ ଭାବେ ପରିଚିତ ଗୁରୁଦ୍ୱାରା ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଛକରେ ଟ୍ରାଫିକ ପୋଲିସ ଉପସ୍ଥିତ ରହୁଥିଲେ ମଧ୍ୟ ଅନେକ ଚାଳକ ଟ୍ରାଫିକ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅଭିଯୋଗ ହେଉଛି। ଏପରିକି ବଡ଼ ବଡ଼ ଯାନବାହନ ମଧ୍ୟ ଦ୍ରୁତ ଗତିରେ ଯାତାୟାତ କରୁଛି।
ଆଜିର ଏହି ଦୁର୍ଘଟଣା ପରେ ଟ୍ରାଫିକ ନିୟମର କଡ଼ାକଡ଼ି ପାଳନ, ଦ୍ରୁତଗତି ଯାନବାହନ ଉପରେ ନିୟନ୍ତ୍ରଣ ଏବଂ ଛକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଦାବି ଉଠିଛି।
📲Get App