🔥 ट्रेंडिंग SMC દ્વારા ચલાલા નજીક લાખાપાદર ગામમાં... मायनर संसाधन विभाग में अनियमितताओं पर... भारत ने 30 समुद्री दुर्घटना मामलों में... वरण धवन ने साझा किया बीच पर पिज़्ज़ा,... લાઠી બાયપાસ રોડ પર હિટ એન્ડ રન: એક યુવ... *खैरथल में 19 नवंबर को भजन संध्या एवं...
16 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ; ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୈତିକ ବିବାଦ, ବର୍ଜନ କରିବେ ବିରୋଧୀ

✍️ रिपोर्टर: Deepak Mahapatra 🗓 16 नव. 2026, 11:50 AM 👁 19
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି (ସୋମବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ଲୋକଭବନ ଯିବେ। ଏହାପରେ ସ୍ଥାନୀୟ ମେ’ ଫେୟାର ସାଙ୍କ୍ଚୁଆରି କନ୍ଭେନସନ୍ ହଲ୍ଠାରେ ଆୟୋଜିତ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବେ। ଏହି ଉଦ୍ଘାଟନୀ ସଭାରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

ଭୁବନେଶ୍ୱର କାର୍ଯ୍ୟକ୍ରମ ଶେଷ କରିବା ପରେ ଉପରାଷ୍ଟ୍ରପତି କଟକ ଗସ୍ତ କରିବେ ଏବଂ ସେଠାକାର ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆଇକନିକ୍ ଟାୱାର’ର ଉଦ୍ଘାଟନ କରିବେ। ଅପରାହ୍ଣରେ ତାଙ୍କର ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ତାଲିମ କାର୍ଯ୍ୟକ୍ରମକୁ ନେଇ ବିବାଦ, ସାମିଲ ହେବେନି ବିରୋଧୀ: ଅନ୍ୟପଟେ, ବିଧାନସଭା ପକ୍ଷରୁ ଆୟୋଜିତ ହେଉଥିବା ବିଧାୟକଙ୍କ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତିରେ ବିବାଦ ଦେଖାଦେଇଛି।

• କଂଗ୍ରେସର ବର୍ଜନ: କଂଗ୍ରେସ ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବେ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ଭକ୍ତଚରଣ ଦାସ ସ୍ପଷ୍ଟ କରିସାରିଛନ୍ତି।

• ବିଜେଡିର ଅସହଯୋଗ: ବିଜେଡି ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ଗଣମାଧ୍ୟମରେ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ହେଁ, କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ଦଳୀୟ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ବିରୋଧୀ ଦଳଙ୍କ ବର୍ଜନ ଫଳରେ ଏହି ତାଲିମ ଶିବିରରେ କେବଳ ଶାସକ ବିଜେପି ବିଧାୟକମାନେ ହିଁ ସାମିଲ ହେବେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ।
📲Get App