🔥 ट्रेंडिंग ई‑उपस्थिति गड़बड़ी से वेतन कटौती पर एम... ईडी ने चैतन्य बघेल से 26 करोड़ रुपये क... बालोद, छत्तीसगढ़ में वन अधिकारी बच निक... मुख्यमंत्री योगी आदित्यनाथ को मां अन्न... खण्डवा के सतवाड़ा में तेज रफ्तार बस ने... भोपाल: युवक ने खुद को कुंवारा बताकर मह...
16 नव. 2026•
ગુજરાતી मराठी ਪੰਜਾਬੀ বাংলা

ସ୍ୱଚ୍ଛତା ବାର୍ତ୍ତା ନେଇ ଏମ୍‌ୟୁଜେର ପଦଯାତ୍ରା, ଶିବ ମନ୍ଦିର ପରିସର ସଫା କଲେ ସାମ୍ବାଦିକ ଓ ପ୍ରଶାସନିକ ଅଧିକାରୀ

✍️ रिपोर्टर: Sukumar Mandal 🗓 16 नव. 2026, 10:15 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୬ ନଭେମ୍ବର: ଜିଲ୍ଲାର ପ୍ରତ୍ୟେକ ଗାଁ, ସହର ଓ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଜନସାଧାରଣଙ୍କ ମଧ୍ୟରେ ପରିମଳ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ (ଏମ୍‌ୟୁଜେ) ପକ୍ଷରୁ ଆଜି ଏକ ସ୍ୱଚ୍ଛତା ଅଭିଯାନ ପଦଯାତ୍ରା ଆୟୋଜିତ ହୋଇଯାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଓଡ଼ିଶା ପୋଲିସର ଦକ୍ଷିଣାଞ୍ଚଳ ଡିଆଇଜି ଅଖିଳେଶ୍ୱର ସିଂ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍‌, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୋମନାଥ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ସହରର ବିଭିନ୍ନ ରାସ୍ତା ଦେଇ ଏହି ପଦଯାତ୍ରା ଡିଏନ୍‌କେ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ, ସାମ୍ବାଦିକ ଏବଂ କ୍ରୀଡ଼ା ଛାତ୍ରାବାସର ଛାତ୍ରମାନେ ମିଳିତ ଭାବେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ଥିବା ଅନାବନା ଗଛ, ଘାସ ଏବଂ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଓ କାଗଜ ଆଦି ସଫା କରାଯାଇଥିଲା। ଏଥିସହ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ପରିସର ସ୍ୱଚ୍ଛ ରଖିବା ସହ ଆବର୍ଜନା ଏଣେତେଣେ ନ ପକାଇବାକୁ ସଚେତନ କରାଯାଇଥିଲା।

ଏହି ପଦଯାତ୍ରାରେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମୀ, ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ୱାଇଁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ, ଏମ୍‌ୟୁଜେ ସଭାପତି ଦେବ ପ୍ରସାଦ ଦାସ, ସମ୍ପାଦକ କାମରାଜ ଜେନା, ସଦର ବ୍ଲକ ସଭାପତି ଶିବ ପ୍ରସାଦ କୀର୍ତ୍ତନିୟା ଏବଂ ବରିଷ୍ଠ ସାମ୍ବାଦିକ ଭାସ୍କର ବେହେରାଙ୍କ ସମେତ ଏମ୍‌ୟୁଜେର ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଉପସ୍ଥିତ ଥିଲେ।

ଏହି ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ଏକ ସଚେତନତାର ବାର୍ତ୍ତା ଦିଆଯାଇଥିଲା।
📲Get App